ତାରପୁର,୨୧/୦୯/୨୦୧୯(ଓଡ଼ିଶା ସମାଚାର)-ୟୁନିସେଫ ପକ୍ଷରୁ ରଘୁନାଥପୁର ଆଇସିଡ଼ିଏସ ଅଧିନରେ ଥିବା ସମସ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ତିନୋଟି ପର୍ଯ୍ୟାୟରେ ହେଉଥିବା ଶିଶୁ ର ଯତ୍ନ ଓ ଶିକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି । ଜନ୍ମ ଠାରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁର ଲାଳନ ପାଳନ , ମା ମାନଙ୍କର ଭୂମିକା , ଉତମ ସ୍ୱାସ୍ଥ୍ୟ ଓ ଖେଳକୁଦ ମାଧ୍ୟମରେ ଶିଶୁ ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଏହାର ଉଦେଶ୍ୟ ବୋଲି ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ ପ୍ରକାଶ କରିଥିଲେ । ପ୍ରତ୍ୟେକ ସପ୍ତାହରେ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କ ମା ମାନଙ୍କୁ ଡ଼ାକି ସ୍ୱାସ୍ଥ୍ୟ ସମ୍ବନ୍ଧିୟ ବାର୍ତା ଦେବାପାଇଁ ସେଥିରେ ପ୍ରକାଶ କରାଯାଇଥିଲା । କୋମଳମତୀ ଶିଶୁଙ୍କୁ ଅଦରକାରୀ ବସ୍ତୁରେ ବିଭିନ୍ନ ଖେଳନା ତଥା ଛବି ଆଙ୍କି ସେଥିପ୍ରତି ଆକର୍ଷିତ କରିବା ପାଇଁ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ସୁପରଭାଇଜର ପ୍ରମୋଦିନୀ ଦାସ, ସୁବାସ ମୋହିନୀ ସାହୁ, ସଂଯୁକ୍ତା ଦାସ, ବିଜୟଲକ୍ଷ୍ମୀ ପଣ୍ଡା, ସେମାଲୀ ପ୍ରିୟଦର୍ଶିନୀ , ଲିପ୍ସା ପ୍ରିୟଦର୍ଶିନୀ ପ୍ରମୁଖ କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସୁନ୍ଦରଭାବେ ପ୍ରସ୍ତୁତ କରି ଆଣିଥିବା ଭିଭିନ୍ନ ମଡ଼େଲକୁ ଏହି ଶିବିରରେ ପ୍ରଦର୍ଶିତ କରାଯାଇଥିଲା । ତେବେ ତୃଥମୂଲ ସ୍ତରରେ ଏହାର ସଫଳ ରୂପାୟନ ସମ୍ପର୍କରେ ସିଡ଼ିପିଓ କର୍ମୀମାନଙ୍କୁ ପରାମର୍ଶ ଦେବା ସହ ନିଯେ ଯାଇ ତତ୍ୱାବଧାନ କରିବେ ବୋଲି ପ୍ରକାଶ କରିଥିଲେ । କୃତିବାସ ସାହୁ ପ୍ରଶିକ୍ଷଣ ଶିବିର ପରିଚାଳନା କରିଥିବାବେଳେ ରଶ୍ମିତା ଦାସ, ବୈର୍ଷ୍ଣବ ଚରଣ ବାରିକ ସହଯୋଗ କରିଥିଲେ । ଓଡ଼ିଶା ସମାଚାର