Wednesday , October 4 2023
Breaking News
Home / ବିଶେଷ / ଲାଞ୍ଜିଗଡ ବିଧାୟକଙ୍କ ଥୁଆମୂଳ ରାମପୁର ବ୍ଳକର ଦୁର୍ଗମ ଅଂଚଳ ଗସ୍ତ

ଲାଞ୍ଜିଗଡ ବିଧାୟକଙ୍କ ଥୁଆମୂଳ ରାମପୁର ବ୍ଳକର ଦୁର୍ଗମ ଅଂଚଳ ଗସ୍ତ

କଳାହାଣ୍ଡି ,୨୧/୦୯/୨୦୧୯(ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଓ ପୁର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଂଚଳ ଥୁଆମୂଳରାମପୁର ବ୍ଳକର ଗୋପିନାଥପୁର, ମାଳିଗାଁ, ବଣ୍ଡାବାଗ, ସୂର୍ଯ୍ୟଗଡ ଗସ୍ତ କରିଥିଲେ । ସେ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କର ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଲୋକମାନେ ପାନୀୟଜଳ ଓ ସ୍ୱାସ୍ଥ୍ୟସେବା ର ଅସୁବିଧା ଥିବା ଓ ଉକôଳ ଆଲୁମିନା କମ୍ପାନୀ ପେରିଫେରି ଡେଭ୍ଲପମେଂଟ କାମକରିବା ପାଇଁ ପ୍ରତିଶୃତି ଦେଇ ବର୍ତମାନ ତାହା କରୁନଥିବା ବିଧାୟକଙ୍କୁ ଜଣାଇଥିଲେ । ବିଧାୟକ ଶ୍ରୀ ଦିଶାରୀ ସମସ୍ତ ସମସ୍ୟାର ସମାଧାନ ଖୁବ୍ଶୀଘ୍ର କରାଯିବ ବୋଲି ଅଂଚଳବାସୀଙ୍କୁ କହିଥିଲେ । ବିଧାୟକଙ୍କ ପ୍ରତିଶୃତି କେବେ କାର୍ଯ୍ୟକାରୀହେବ ତାହା ଦେଖିବାକୁ ବାକିରହିଲା ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *