Friday , January 21 2022
Breaking News
Home / ବିଶେଷ / ରାଜ୍ୟ ମାନବିକ ଅଧିକାର ଆୟୋଗ ବିଲୁଆଖାଇ ନଦୀପଠା ଦେଖିଲେ

ରାଜ୍ୟ ମାନବିକ ଅଧିକାର ଆୟୋଗ ବିଲୁଆଖାଇ ନଦୀପଠା ଦେଖିଲେ

ବିରିଡ଼ି,୨୧/୦୯/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ମାନବିକ ଅଧିକାର ଆୟୋଗ ସଦସ୍ୟ ଅସୀମ ଅମିତାଭ ଦାସ ଗୁରୁବାର ବିରିଡ଼ି ବ୍ଲକ ଗସ୍ତକରି ସେବିକା ନିହାରିକା ପାତ୍ରଙ୍କ ଶବ ଉଦ୍ଧାର ହୋଇଥିବା ବିଲୁଆଖାଇ ନଦୀପଠାକୁ ଯାଇଥିଲେ । ପରେ ବିରିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଡାକ୍ତରଖାନାରେ ପରିଷ୍କାର ପରିଚ୍ଛନ୍ନତା ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେଠାରେ ଶିଶୁରୋଗ ବିଶେଷଜ୍ଞ ନ ଥିବା, ରୋଗୀ ଦେଖିବା ପାଇଁ ସ୍ୱତନ୍ତ୍ରଘର ନ ଥିବା, ଅଂଶୁଘାତ ରୋଗୀ ଚିକିସôିତ ହେବା ପାଇଁ ଥିବା ଗୃହଟି ଠିକ ନ ଥିବା, ଫଣି ବାତ୍ୟାରେ ନଷ୍ଟ ହୋଇଥିବା ଗୃହରେ କେବଳ ଟିଣ ଚଦର ପଡିଥିବା, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ନ ଥିବା ଦେଖି ବିରକ୍ତ ହୋଇଥିଲେ । କର୍ମଚାରୀଙ୍କ କ୍ୱାର୍ଟରଗୁଡିକ ମଧ୍ୟ ଜରାଜୀର୍ଣ୍ଣ ହୋଇଯାଇଥିବା ଦେଖିଥିଲେ । ପରେ ସେ ବିରିଡ଼ି ଥାନା ପରିଦର୍ଶନ କରି ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ହାଜତ ନ ଥିବା, ପୁଲିସ କର୍ମଚାରୀମାନେ ବସି କାର୍ଯ୍ୟକରିବା ପାଇଁ ଆବଶ୍ୟକ ସଂଖ୍ୟକ ଘର ନ ଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବେ ବୋଲି କହିଥିଲେ । ଓଡ଼ିଶା ସମାଚାର

About admin

Check Also

ଉତରକୂଳ ଷ୍ଟେଟବ୍ୟାଙ୍କ ୨୪ ତାରିଖ ପର୍ଯ୍ୟନ୍ତ ସଟ ଡ଼ାଉନ୍

ତାରପୁର,୨୧/୧/୨୦୨୨ (ଓଡ଼ିଶା ସମାଚାର)- ଗ୍ରାମାଂଚଳରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ସ୍ଥାନୀୟ ଉତରକୂଳ ଠାରେ ଥିବା …

Leave a Reply

Your email address will not be published. Required fields are marked *