ରାଜନଗର,୨୧/୦୯/୨୦୧୯(ଓଡ଼ିଶା ସମାଚାର)- ରାଜନଗର ବ୍ଲକ ସଦ୍ଭାବନା ସଭାଗୃହରେ ଆଗାମୀ ଦଶହରା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିକମିଟି ସଭାପତି ତଥା ତହସିଲଦାର ଦିବ୍ୟେନ୍ଦୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠଳରେ ବିଡିଓ ମନ୍ଦରଧର ମହାଳିକ, ଅତିରିକ୍ତ ତହସିଲଦାର ପ୍ରମୋଦକୁମାର ମହାନ୍ତି, ବରିଷ୍ଠ ରାଜସ୍ୱ ଅଧିକାରୀ ଚୈତନ୍ୟ ଦାସ, ଉପବିଭାଗ ମାନସ ରଂଜନ ନନ୍ଦ ପ୍ରମୁଖ ଯୋଗଦେଇ ପୂଜା କମିଟି କାର୍ଯ୍ୟକର୍ତାଙ୍କ ସହିତ ଆଲୋଚନା କରିଥିଲେ । ରାସ୍ତାଘାଟ ମରାମତି, ପାନୀୟଜଳ ଯୋଗାଣ, ବିଦୁ୍ୟତ ଯୋଗାଣ, ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା, ଅଗ୍ନିସେବା, ଶାନ୍ତିଶୃଙ୍ଖଳା ରକ୍ଷା କରିବା ସଂପର୍କରେ ଆଲୋଚନା ହୋଇଥିଲା । ରାସ୍ତାର ଦୁଇପାଶ୍ୱର୍ରେ ବସୁଥିବା ଉଠାଦୋକାନୀଙ୍କୁ ବସାଇ ନ ଦେବା, ଶବ୍ଦ ପ୍ରଦୂଷଣ ପାଇଁ ଡିଜେ ନ ବଜାଇବାକୁ ନିଷ୍ପତି ହୋଇଥିଲା । ଭସାଣୀ ଉସôବକୁ ଦୁଇଟି ପର୍ଯ୍ୟାୟରେ ଶେଷ କରିବାକୁ ଆଲୋଚନା ହୋଇଥିଲା । ଜରିମୂଳ ଠାରେ ରାବଣ ପୋଡି ହେବ । ବୈଠକରେ ବିଭିନ୍ନ ପୂଜାକମିଟିର କର୍ମକର୍ତା ଯୋଗଦେଇଥିଲେ । ସ୍ଥାନୀୟ ସରପଞ୍ଚ ତଥା ମା’ ଦୁର୍ଗାକମିଟିର ସଂପାଦକ ପ୍ରଭାତ ମିଶ୍ର, ବଣିକସଂଘ ସଭାପତି ମୃତୁ୍ୟଞ୍ଜୟ ମିଶ୍ର, ପୂର୍ତବିଭାଗର ସହକାରୀ ଯନ୍ତ୍ରୀ ଦେବାଶିଷ ସାମଲ, କ୍ୟାସିୟର ବସନ୍ତ ବଳ, ସେସୁର କନିଷ୍ଠଯନ୍ତ୍ରୀ ନାରାୟଣ ପରମାଣିକ, ଏନଜେଏନର କନିଷ୍ଠ ଯନ୍ତ୍ରୀ ଦୀପକ କୁମାର ପ୍ରମୁଖ ଯୋଗଦେଇଥିଲେ । ହରେକୃଷ୍ଣ ବାରିକ, କେଶବଚନ୍ଦ୍ର ସେଠୀ, ସୁରେଶ କୁମାର ବେଶ୍ରା, ସହଦେବ ଦାସ ପ୍ରମୁଖ ବୈଠକ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର