Friday , October 22 2021
Breaking News
Home / ବିଶେଷ / ମହାନଦୀରେ କୁମ୍ଭୀର ଆତଙ୍କ

ମହାନଦୀରେ କୁମ୍ଭୀର ଆତଙ୍କ

ସାଲେପୁର, ୨୧/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ସାଲେପୁର ବ୍ଲକ୍ ତରିତୋ ପଂଚାୟତର ଗୁଆଳିନାସୀ ଠାରେ ମହାନଦୀରେ   ଏକ କୁମ୍ଭୀର ଦେଖିବାକୁ ମିଳିଛି । ଗୁଆଳିନାସୀ ନିକଟରେ ଥିବା ଏକାଧିକ ଗ୍ରାମର ବାସୀନ୍ଦାମାନେ କୁମ୍ଭୀରକୁ ଦେଖି ଆତଙ୍କିତ ହୋଇପଡ଼ିଛନ୍ତି । ସକଳାରୁ ରାତିଯାଏ ଏହି ନାସୀ ଠାରେ ମହାନଦୀରେ ଶହଶହ ଲୋକ କାରବାର ହୋଇଥାନ୍ତି । କୁମ୍ଭୀରଙ୍କୁ ଦେଖି ନଦୀକୁ ଯାଇ ନଦୀ ପାଣି ବ୍ୟବହାର କରିବାକୁ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ପ୍ରକାଶଥାଉକି ଗୁଆଳିନାସୀ ପଠାରେ ଶହଶହ ଏକର ଚାଷ ଜମିରେ ଚାଷୀମାନେ ପନିପରିବା ଚାଷ କରିବା ସହ ଗହମ ମାଣ୍ଡିଆ ଇତ୍ୟାଦି ଚାଷ କରିଥାନ୍ତି । ଏଠାରେ କୁମ୍ଭୀର  ଦେଖାଦେବାରୁ କାଲିଠାରୁ କିପରି ଲୋକମାନେ ନଦୀକୁ ଯିବେ ତାହା ଚିନ୍ତାର କାରଣ ହୋଇପଡ଼ିଛି । ସ୍ଥାନୀୟ ପ୍ରଶାସନ ଘଟଣାପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି ।  ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *