Thursday , September 28 2023
Home / ବିଶେଷ / ପୂର୍ତ ବିଭାଗ ପକ୍ଷରୁ ବର୍ଯ୍ୟ ପ୍ଲାଷ୍ଟିକ ସଂଗ୍ରହ ଓ ସଚେତନତା 

ପୂର୍ତ ବିଭାଗ ପକ୍ଷରୁ ବର୍ଯ୍ୟ ପ୍ଲାଷ୍ଟିକ ସଂଗ୍ରହ ଓ ସଚେତନତା 

ତାରପୁର,୨୧/୦୯/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର୍ତ ପୁର୍ତ ଡ଼ିଭିଜନ ତଥା ଫକିରପଡ଼ା ପୁର୍ତ ଉପ ବିଭାଜନ ପକ୍ଷରୁ ଜଇପୁର ନକିଷ୍ଟ ଯନ୍ତ୍ରୀ ବିନୟ କୁମାର ସାହୁଙ୍କ ତତ୍ୱାବଧାନରେ ସ୍ୱଛତା ହିଁ ସେବା  ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି ।  ଏହି ଅବସରରେ ଫକିରପଡ଼ା , ଗଡ଼ମା, ଜଇପୁର ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ରଘୁନାଥପୁର ବ୍ଲକ୍ ଖଣ୍ଡତରୀସ୍ଥିତ ଆମିନିଟି ସେଂଟର ପାଖରୁ ଏକତ୍ରିତ ହୋଇ କଟକ ପାରାଦୀପ ରାସ୍ତାର ଉଭୟ ପାଶ୍ୱର୍ରେ ପଡ଼ିଥିବା ବର୍ଯ୍ୟ ପ୍ଲାଷ୍ଟିକ ସଂଗ୍ରହ କରିଥିଲେ ।  ବିଭିନ୍ନ ଛକ ସ୍ଥାନରେ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ସମ୍ପର୍କା ସଚେତନତା ସୃଷ୍ଟି କରିଥିଲେ ।  ବହୁଳ ମାତ୍ରାରେ  ପ୍ଲାଷ୍ଟିକ ବ୍ୟବହାର ପରିବେଶ ଉପରେ କିପରି ପ୍ରଭାବ ପକାଉଛି ସେ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ସଂଗ୍ରହ କରାଯାଇଥିବା ପ୍ଲାଷ୍ଟିକ ର ପୁନ ବିନିଯୋଗ ସମ୍ପର୍କରେ ତଥ୍ୟ ରଖିଥିଲେ । ପ୍ରତ୍ୟେକ ବ୍ୟକ୍ତି ପାଇଖାନା ବ୍ୟବହାର କରିବା , ପରିବେଶ ସଫା ସୁତୁରା ରଖିବା ସମ୍ପର୍କରେ ଆହ୍ୱାନ ରଖିଥିଲେ ।  ଏସଡ଼ିଓ ରତିକାନ୍ତ ବେହେରା ଏହାକୁ ଉଦଘାଟନ କରିଥିବାବେଳେ ବିଶ୍ୱନାଥ ମହାନ୍ତି , ମନୋଜ ପରିଡ଼ା, ମନୋରଂଜନ ଜେନା,କଳ୍ପତରୁ ରଥ,  ଧୁନ ମଳିକ, ବିଜୟ କିୋାର ସ୍ୱାଇଁ, ପ୍ରତାପ ମହାନ୍ତି, ବିଚିତ୍ରାନନ୍ଦ ମହାନ୍ତି, ଅବଦୁଲ ସାକିର ଅଲୀ ଙ୍କ ସମେତ ଆମିନିଟି ସେଂଟରର କର୍ମଚାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ବିଭାଗ ଅଧିନରେ ଥିବା ୩୦ କିମି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ବର୍ଯ୍ୟ ପ୍ଲାଷ୍ଟିକ ସଂଗ୍ରହ କରାଯାଇଥ୍ôଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *