ଗରଦପୁର ୨୧/୦୯/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ବଜାରରୁ ଜବର ଦଖଲ ଉଛେଦ କରାଯିବା ପାଇଁ ପ୍ରଶାସନିକ ପକ୍ଷରୁ ପକ୍ରିୟା ଆରମ୍ଭ କରାଯାଇଛି । ଏଥି ପାଇଁ ଆଜି ରାଜସ୍ୱ ବିଭାଗର କର୍ମଚାରୀମାନେ ଆସି ରାସ୍ତା ସଂଲଗ୍ନ ଜମି ଓ ବ୍ୟକ୍ତିଗତ ଭାବରେ ରହିଥିବା ସ୍ଥାନ ଗୁଡିକୁ ଚିହ୍ନଟ କରିଛନ୍ତି । ପ୍ରକାଶ ଯେ,ପାଟକୁରା ବଜାର ମଧ୍ୟ ଦେଇ ଯାଇଥିବା ପୂର୍ତ ବିଭାଗ ରାସ୍ତା କ୍ରମେ କ୍ରମେ ସଙ୍କୁଚିତ ହୋଇ ରହିଥିବାରୁ ଏହି ରାସ୍ତା ମଧ୍ୟ ଦେଇ ଯାନବହାନ ଓ ପଥଚାରୀମାନେ ବିଭିନ୍ନ ସମୟରେ ଯାତାୟତ କରିବା ସମୟରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଗତ ୧୨ ତାରିଖ ଦିନ ଗରଦପୁର ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଯୋଗ ଦେବା ପାଇଁ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ପାଟକୁରା ବଜାର ମଧ୍ୟ ଦେଇ ଗରଦପୁର ଯିବା ବାଟରେ ଗାଡିରୁ ଓହ୍ଲାଇ ସ୍ଥାନୀୟ ଗରଦପୁର ତହସିଲର ଅତିରିକ୍ତ ଉମାକାନ୍ତ ବିଶ୍ୱାଳଙ୍କ ସହିତ ଏହି ସ୍ଥାନ ବୁଲି ଦେଖିଥିଲେ । ରାସ୍ତାର ଉଭୟ ପାଶ୍ୱର୍ ସଙ୍କୁଚିତ ହୋଇ ରହିଥିବା ଓ ରାସ୍ତାର ପାଶ୍ୱର୍ରେ କେତେକ ସ୍ଥାନରେ ବ୍ୟବସାୟ ପ୍ରତିଷ୍ଠାନ ରହିଥିବାର ଦେଖିଥିଲେ । ରାସ୍ତା ପାଶ୍ୱର୍ ସରକାରୀ ଜମିରେ ରହିଥିବା ଦୋକାନ ଘର ଓ କେତେକ ସ୍ଥାନରେ ରାସ୍ତା ପାଶ୍ୱର୍ସ୍ଥାନକୁ ଜବରଦଖଲ କରି ରଖାଯାଇଥିବାରୁ ଏହାକୁ ଉଛେଦ କରାଯିବା ପାଇଁ ପକ୍ରିୟା ଆରମ୍ଭ କରିବାକୁ ଗରଦପୁରର ଅତିରିକ୍ତ ତହସିଲଦାର ଶ୍ରୀ ବିଶ୍ୱାଳଙ୍କୁ ନିର୍ଦ୍ଧେଶ ଦେଇଥିଲେ ।
ଆଜି ଗରଦପୁର ତହସିଲର ଅମିନ ଭରତ ଚନ୍ଦ୍ର ପରିଡା ଓ ଅଭୟ କୁମାର ନାୟକ ଏବଂ ରାଜସ୍ୱ ବିଭାଗର କର୍ମଚାରୀମାନେ ଆସି ପାଟକୁରା ବଜାରର କହ୍ନେଇଲାଲଜୀଉଙ୍କ ମଠ ନିକଟସ୍ଥ ନଦୀବନ୍ଧ ଗଡା ଠାରୁ ଆରମ୍ଭ କରି ପାଟକୁରା ହାଟ ପଡିଆ ପର୍ଯ୍ୟନ୍ତ ପ୍ରାୟ ୩ ଶହ ମିଟରର ରାସ୍ତା ପାଶ୍ୱର୍ରୁ ସରକାରୀ ଜମି ଓ ବ୍ୟକ୍ତିଗତ ଜମିକୁ ଚିହ୍ନଟ କରି ମାପଚୁପ କରିଛନ୍ତି । ଅପରପକ୍ଷରେ ଏହି ସ୍ଥାନମାନଙ୍କରେ ପୂର୍ବରୁ ଦୋକାନ ଘର କରି ବ୍ୟବସାୟ କରୁଥିବା ଲୋକମାନେ ଏଥି ନେଇ ହତାଷ ହୋଇପଡିଛନ୍ତି । ଜବରଦଖଲ ଉଛେଦରେ ଯେଉଁ ଦୋକାନଗୁଡିକ କ୍ଷତିଗ୍ରସ୍ତ ହେବ ସେଥି ପାଇଁ ପ୍ରଶାସନଙ୍କ ପକ୍ଷରୁ ସେମାନଙ୍କୁ ଥଇଥାନÿ କରାଯିବା ପାଇଁ ସ୍ଥାନୀୟ ଦୋକାନୀମାନଙ୍କ ପକ୍ଷରୁ ପ୍ରଶାସନଙ୍କ ନିକଟରେ ଦାବି ହେଉଛି । ଓଡ଼ିଶା ସମାଚାର