Saturday , October 23 2021
Home / ବିଶେଷ / ତଅଁରା ପଂଚାୟତରେ ନୂତନ ଭତା ବଂଟନ  

ତଅଁରା ପଂଚାୟତରେ ନୂତନ ଭତା ବଂଟନ  

ତାରପୁର,୨୧/୦୯/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତର ୫୪ଭତା ମଧ୍ୟରୁ ବିଭିନ୍ନ କାରଣ ନେଇ ଅଟକି ରହିଥିବା ୨୯ ଟି ନୂଆ ଭତା ହିତାଧିକାରୀଙ୍କୁ ବଂଟନ କରାଯାଇଛି । ପୂର୍ବରୁ ଅବଶିଷ୍ଟ ୨୫ ଟି ଭତା ବ୍ଲକ୍ ରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ବଂଟନକରିଥିଲେ ।  ସ୍ଥାନୀ ୟସରପଂଚ ଛବିତା ନାୟକ ଏହି ହିତାଧିକାରୀଙ୍କୁ ପଂଚାୟତକୁ ଡ଼ାକି ୮ ମାସର ଭତାବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୪ ହଜାର ଟଙ୍କା ଲେଖା ପ୍ରଦାନ କରିଥିଲେ ।  ଗତ ୮ ମାସ ତଳେ ବ୍ଲକ୍ ରେ ଭତା ତାଲିକା ପ୍ରକାଶ ପାଇଥିବାବେଳେ ବିଭିନ୍ନ କାରଣରୁ ୨୯ ଟି ଭତା ଅଟକି ରହିଥିଲା । ଏହାକୁ ତର୍ଜମା କରାଯିବା ପରେ ହିତାଧିକାରୀଙ୍କୁ ନୂତନ ଭତା ଦିଆଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ପଂଚାୟତ ନିର୍ବାହୀ ଅଧିକାରୀ ବିରବର ବାରିକ ସହଯୋଗ କରିଥିବାବେଳେ ହିତାଧିକାରୀମାନେ ସେମାନଙ୍କ ପ୍ରାପ୍ୟ ପାଇ ଖୁସି ଅନୁଭକକରୁଥିବା ଦେଖାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *