Friday , October 22 2021
Breaking News
Home / ବିଶେଷ / ଜିଲ୍ଲାପାଳଙ୍କ ଦୁର୍ବ୍ୟହାର ଅଭିଯୋଗ, ତାତିଲେ ଆଇନଜିବୀ

ଜିଲ୍ଲାପାଳଙ୍କ ଦୁର୍ବ୍ୟହାର ଅଭିଯୋଗ, ତାତିଲେ ଆଇନଜିବୀ

ଢ଼େଙ୍କାନାଳ, ୨୧/୦୯/୨୦୧୯(ଓଡ଼ିଶା ସମାଚାର)- ଆଇନଜିବୀଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟହାରକୁ କେନ୍ଦ୍ର କରି ଆଜି ଢ଼େଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟ ପାଲଟିଥିଲା ରଣକ୍ଷେତ୍ର । ଆଇନଜିବୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ପ୍ରାପ୍ତ ସୂଚନା ମୁତାବକ, ଶୁକ୍ରବାର ଦିନ ଢ଼େଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେତେକ ମାମଲାର ଶୁଣାଣୀ ଥିଲା । ସେଥିପାଇଁ ଆଇନଜିବୀ ମାନଙ୍କୁ ପୂର୍ବାହ୍ନ ୧୧ ଟାରେ ଆସିବା ପାଇଁ କୁହାଯାଇଥିଲା । ନିର୍ଦ୍ଧାରିତ ସମୟରେ ଆଇନଜିବୀ ମାନେ ଜିଲ୍ଲାପାଳଙ୍କ ଅଫିସରେ ପହଂଚିଥିଲେ । ମାତ୍ର ଜିଲ୍ଲାପାଳ ସେମାନଙ୍କ ସହିତ କଥା ହେବା ପରିବର୍ତେ ସେସୁ ଓ ଅବକାରୀ ବିଭାଗ କର୍ମଚାରଙ୍କ ସହିତ ଘଂଟା ଘଂଟା ଧରି ଆଲୋଚନା କରିଥିଲେ । ଆଇନଜିବୀ ମାନେ ଦୀର୍ଘ ସମୟ ଧରି ବାହାରେ ଅପେକ୍ଷା କରିବା ପରେ ବିଳମ୍ବର କାରଣ ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚାରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଜିଲ୍ଲାପାଳ ଆଇନଜିବୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଯାହାର ପ୍ରତିବାଦରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଆଇନଜିବୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ଏବଂ ଅଫିସ୍ ଘେରାଉ କରିଥିଲେ । ତେବେ ଏହି ସମୟରେ
ଜିଲ୍ଲାପାଳଙ୍କୁ ତାଙ୍କ ଚାମ୍ବରରେ ନପାଇ ଆଇନଜିବୀ ମାନେ ତାତି ଉଠିଥିଲେ । ସେଠାରେ ଫୁଲକୁଣ୍ଡ ଓ ଅନ୍ୟାନ୍ୟ ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ଏପରିକି ଅତିରିକ୍ତ ଜିଲ୍ଲାପାଳ ଭବେଶ ନାୟକଙ୍କୁ ଠେଲାପେଲା କରିବା ସହିତ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳ ତାଙ୍କ ଅଫିସ୍ କୁ ନଆସିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ନିଜ ଜିଦ୍ ରେ ଆଇନଜିବୀ ମାନେ ଅଟଳ ରହିଥିଲେ । ଉତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ
ଅଫିସ୍ ରେ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *