Tuesday , December 7 2021
Breaking News
Home / ବିଶେଷ / ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଚନ୍ଦକା- ଡମପଡ଼ା ଅଭୟାରଣ୍ୟ ଅଚାନକ ପରିଦର୍ଶନ

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଚନ୍ଦକା- ଡମପଡ଼ା ଅଭୟାରଣ୍ୟ ଅଚାନକ ପରିଦର୍ଶନ

ଭୁବନେଶ୍ୱର,୨୧/୦୯/୨୦୧୯(ଓଡ଼ିଶା ସମାଚାର)-ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବର୍ଷ ତମାମ୍ ନାଇଟ୍ ପାଟ୍ରୋଲିଂ ଏବଂ ଫୁଟ୍ ପାଟ୍ରୋଲିଂ ନିୟମିତ କରିବାକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଦେ୍ର୍ଦଶ ଦେଇଛନ୍ତି । ଏହାସହ ଜଙ୍ଗଲ ନିଆଁର ନିରାକରଣ ପାଇଁ ଜଙ୍ଗଲ ନିଆଁ ନିର୍ବାପକ ସ୍କ୍ୱାଡ୍ ଆବଶ୍ୟକୀୟ ଅଗ୍ନି ନିର୍ବାପକ ସାମଗ୍ରୀ ସହ ସର୍ବଦା ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଆରୁଖ ଚନ୍ଦକା- ଡମପଡ଼ା ଅଭୟାରଣ୍ୟ ଅଚାନକ ପରିଦର୍ଶନ କରି ଅଭୟାରଣ୍ୟ ସ୍ଥିତ ଗୋଡ଼ିବାରି, କୁମାର ଖୁଂଟି, ଡେରାସ ଏବଂ ଅମ୍ବିଲୋ ପ୍ରଭୃତି ସ୍ଥାନ ପରିଦର୍ଶନ କରିବା ସହ ଅଭୟାରଣ୍ୟର ପରିଚାଳନା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ । ଏହି ସମୟରେ ବନଖଣ୍ଡ ଅଧିକାରୀ, ସହକାରୀ ବନ ସଂରକ୍ଷକ, ରେଞ୍ଜ ଅଫିସର, ଫରେଷ୍ଟର ତଥା ଅନ୍ୟାନ୍ୟ ବନ
କର୍ମଚାରୀଙ୍କ ଉପସ୍ଥିତିରେ ମନ୍ତ୍ରୀ ଶ୍ରୀ ଆରୁଖ ଅଭୟାରଣ୍ୟର ସୁରକ୍ଷା, ଜୀବଜନ୍ତୁଙ୍କ ସୁରକ୍ଷା, ମଣିଷ ଓ ବନ୍ୟପ୍ରାଣୀ ସଂଘର୍ଷର ସଠିକ୍ ପରିଚାଳନା, ବନୀକରଣ, ପରିବେଶ ପର୍ଯ୍ୟଟନ ପ୍ରଭୃତି ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିବା ସହ ସମଗ୍ର ଅଭୟାରଣ୍ୟରେ ବର୍ଷସାରା ନାଇଟ୍ ପାଟ୍ରୋଲିଂ ଏବଂ ଫୁଟ୍ ପାଟ୍ରୋଲିଂ ନିୟମିତ ଭାବେ କରିବାକୁ କଡ଼ା ନିଦେ୍ର୍ଦଶ ଦେଇଥିଲେ । ଏହା ବ୍ୟତୀତ ଜଙ୍ଗଲ ନିଆଁର ନିରାକରଣ ପାଇଁ ଜଙ୍ଗଲ ନିଆଁ ନିର୍ବାପକ ସ୍କ୍ୱାଡ୍ ଆବଶ୍ୟକୀୟ ଅଗ୍ନି ନିର୍ବାପକ ସାମଗ୍ରୀ ସହ ସର୍ବଦା ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ସେହିଭଳି ଅଭୟାରଣ୍ୟରେ ହାତୀଙ୍କ ସୁରକ୍ଷା ଓ ପରିଚାଳନା ପାଇଁ ଆସୁଥିବା ଅର୍ଥର ସୁବିନିଯୋଗ କରିବା ଏବଂ ଅର୍ଥ ବ୍ୟୟ ସମୟରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବର୍ତମାନ ଅଭୟାରଣ୍ୟରେ ୧୨ଟି ୱାଚ୍ ଟାୱାର ଅଛି ଯାହାକି ପର୍ଯ୍ୟାପ୍ତ ନୁହେଁ । ତେଣୁ ହଜବନ୍ଧଠାରେ ଆଉ ଏକ ୱାଚ ଟାୱାର ନିର୍ମାଣ ନିମନ୍ତେ ଅନୁମୋଦିତ ୨୦ ଲକ୍ଷ ଟଙ୍କା ତୁରନ୍ତ ବ୍ୟୟ କରି ଏକ ୱାଚ୍ ଟାୱାର ନିର୍ମାଣ ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଆରୁଖ ନିଦେ୍ର୍ଦଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଚନ୍ଦକା ବନଖଣ୍ଡ ଅଧିକାରୀ କେଦାର ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *