Saturday , October 16 2021
Breaking News
Home / ଶିକ୍ଷା / ଏସିଡ ଆକ୍ରମଣ ପୀଡ଼ିତାଙ୍କ ପାଇଁ ଆଇନ ସଚେତନତା ଶିବିର

ଏସିଡ ଆକ୍ରମଣ ପୀଡ଼ିତାଙ୍କ ପାଇଁ ଆଇନ ସଚେତନତା ଶିବିର

କେନ୍ଦୁଝର, ୨୧/୦୯/୨୦୧୯(ଓଡ଼ିଶା ସମାଚାର)- ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଏସିଡ ଆକ୍ରମଣ ପୀଡିତା ଯୋଜନା-୨୦୧୬ ଶୀର୍ଷକ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷା ତଥା ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ ସୁଶ୍ରୀ ରେଖା ପ୍ରସାଦଙ୍କ ନିର୍ଦ୍ଧେଶକ୍ରମେ ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ରାମନାଥ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭିନ୍ନ ଆଇନାନୁଯାୟୀ ଏସିଡ ଆକ୍ରମଣ ପୀଡିତାଙ୍କୁ କିଭଳି ଭାବେ ନ୍ୟାୟ ପାଇପାରିବେ ସେ ସମ୍ପର୍କରେ  ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ପ୍ରାଧିକରଣ ସଚିବ ବନାଲି ତ୍ରିପାଠୀ, ଦେୱାନୀ ବିଚାରପତି ସ୍ୱର୍ଣ୍ଣଲତା ନାୟକ, ଉପଖଣ୍ଡ ବିଚାରପତି ପବିତ୍ରାନନ୍ଦ ପ୍ରଧାନ, ପ୍ରଥମଶ୍ରେଣୀ କନିଷ୍ଠ ବିଚାରପତି ବିରଜା ପଣ୍ଡା, ସୁଶ୍ରୀ ଐଶ୍ୱର୍ଯ୍ୟା କର, ସୁଶ୍ରୀ ସିପ୍ରା ପ୍ରିୟଦର୍ଶିନୀ, ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ସଦାଶିବ ମହାରଣା, ଜିଲା ମୁଖ୍ୟ ଚିକିସôାଳୟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ନିହାର ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିରରେ ଉପସ୍ଥିତ ଛାତ୍ରୀଙ୍କୁ ଏସିଡ ଆକ୍ରମଣ ପୀଡିତାଙ୍କୁ କିଭଳି ନ୍ୟାୟ ପ୍ରଦାନ କରାଯାଇ ପାରୁଛି ସେ ସମ୍ପର୍କରେ ଅବଗତ କରିଥିଲେ । ପ୍ରାଧିକରଣ ସଚିବ ଶ୍ରୀମତୀ ତ୍ରିପାଠୀ ପ୍ରାଧିକରଣ ପକ୍ଷରୁ କିଭଳି ମହିଳା ମାନଙ୍କୁ ମାଗଣା ଆଇନସେବା ପ୍ରଦାନ କରାଯାଉଛି ଏବଂ କେଉଁ ମାନଙ୍କ ପାଇଁ ଉକ୍ତ ଆଇନସେବା ଉଦ୍ଧିଷ୍ଟ ସେ ସମ୍ପର୍କରେ ବିସ୍ତୃତ ଭାବେ ଛାତ୍ରୀଙ୍କୁ ବୁଝାଇଥିଲେ । ସମାଜରେ ବଢ଼ୁଥିବା ଅପରାଧିକରଣ ଓ ତାହାର ଆଇନଗତ ଦିଗ ସମ୍ପର୍କରେ ଅତିଥିଗଣ ଆଲୋକପାତ କରି ଏସିଡ ଆକ୍ରମଣ ପୀଡିତା ଯୋଜନା-୨୦୧୬ର କାର୍ଯ୍ୟକାରୀତା, ଦୋଷୀକୁ ଦଣ୍ଡ ବିଧାନ ଓ ନିରାକରଣ, ପୀଡିତାଙ୍କୁ କ୍ଷତିପୂରଣ ପ୍ରଦାନ, ପୀଡିତାଙ୍କୁ ଭବିଷ୍ୟତ ସାହାଯ୍ୟ ଓ ସହାନୁଭୁତି, ଲିଙ୍ଗ ନିଋପଣ ଓ ତାହାର ଅପରାଧିକ ଆଇନ, ହିନ୍ଦୁ ବିବାହ ଆଇନ, ପୀଡିତା ଚିକିସôା ସମ୍ବନ୍ଧୀୟ ତଥ୍ୟ ଆଦି ସମ୍ପର୍କରେ ଉପସ୍ଥିତ ଛାତ୍ରୀମାନଙ୍କୁ ସଚେତନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଉନଥାନା ସବଇନ୍ସପେକ୍ଟର ସାଇପ୍ରଭା ରାଉତ ଓ ବିନୀତା ଲାକ୍ରା, ପ୍ରାଧିକରଣ କର୍ମଚାରୀ ଅକ୍ଷୟ କୁମାର ଧୀର, ଅଶୋକ କୁମାର ସାହୁ, ଦେବାନନ୍ଦ ବେହେରା, ଦେବବ୍ରତ କୁମାର ଦାଶ ପ୍ରମୁଖ ଯୋଗଦେଇ ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ତଦାଶା ଜନସମ୍ପର୍କ ଅଧିକାରୀ ତଥା ପାରା ଆଇନ ସ୍ୱେଛାସେବୀ ଅକ୍ଷୟ କୁମାର ଚକ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସିଦ୍ଧେଶ୍ୱରୀ ଉପ୍ରା ବିଦ୍ୟାଳୟରେ ବୃକ୍ଷ ରୋପଣ, ଶ୍ରେଣୀଗୃହ ଉଦଘାଟନ ଓ ପ୍ରତିମୂର୍ତି ଉନ୍ମୋଚନ ଉତ୍ସବ

ରଘୁନାଥପୁର ୧୨/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ପୁରୁଣାବସନ୍ତ ପଂଚାୟତ ଦେଉଳିସାହିସ୍ଥିତ ସିଦ୍ଧେଶ୍ୱରୀ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ …

Leave a Reply

Your email address will not be published. Required fields are marked *