Wednesday , January 26 2022
Breaking News
Home / ବିଶେଷ / ୨୦୨୦ସୁଦ୍ଧା ସବୁ ଘରକୁ ପାନୀୟ ଜଳ: ମନ୍ତ୍ରୀ

୨୦୨୦ସୁଦ୍ଧା ସବୁ ଘରକୁ ପାନୀୟ ଜଳ: ମନ୍ତ୍ରୀ

ଭୁବନେଶ୍ୱର,୨୦/୦୯/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟର ସମସ୍ତ ଅଂଚଳରେ ସୁବିଧାରେ ଯୋଗାଇ ଦିଆଯିବ ପିଇବା ପାଣି । ୧୧୪ଟି ପୈାରସଂସ୍ଥାର ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଇଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ୨୦୨୪ ସୁଦ୍ଧା ସାରା ଦେଶରେ ପାଇପରେ ପାନୀୟ ଜଳ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ସାରା ଦେଶରେ ଏବେ ସୁଦ୍ଧା ୧୮ପ୍ରତିଶତ ପରିବାର ପାଇପ ଯୋଗେ ପାଣି ପାଇଛି । ୨୦୨୪ସୁଦ୍ଧା ୪ଗୁଣା ପରିବାର କିପରି ସ୍ୱଚ୍ଛ ଜଳ ପାଇବେ ସେ ନେଇ ଯୋଜନା ହେଉଛି । ଏହାକୁ ନେଇ ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱର ସହ କାର୍ଯ୍ୟ ଆରମ୍ଭ କରିଛନ୍ତି । ରାଜ୍ୟର ୧୧୪ଟି ପୈାରସଂସ୍ଥାର ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଇଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୦ ମାର୍ଚ୍ଚ ୩୧ସୁଦ୍ଧା ସମସ୍ତ ଘରକୁ ସୁବିଧାରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ୧୨ତାରିଖରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ପୁରୀରେ ପୂର୍ବାଂଚଳର ଦୁଇଦିନିଆ ଜଳ ଜୀବନ ମିଶନ କର୍ମଶାଳା ପ୍ରଥମ ବୈଠକ ବସିଥିଲା । ବୈଠକରେ ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ନେଇ ଆଲୋଚନା କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *