Friday , September 22 2023
Breaking News
Home / କୃଷି / ସାର ନେବାକୁ କେନ୍ଦ୍ରକରି ସେବାସମବାୟ ସମିତିରେ ଉତେଜନା

ସାର ନେବାକୁ କେନ୍ଦ୍ରକରି ସେବାସମବାୟ ସମିତିରେ ଉତେଜନା

ସାଲେପୁର ,୨୦/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା ) : କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ସାଲେପୁର ଶାଖା ଅଧିନ ରାଇସୁଙ୍ଗୁଡ଼ା ସେବା ସମବାୟ ସମିତିରେ ସାର ନେବାକୁ କେନ୍ଦ୍ରକରି ଚାଷୀମାନଙ୍କ ମଧ୍ୟରେ ତିବ୍ର ଉତେଜନା ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଏହି ସେବା ସମବାୟ ସମିତି ଉପରେ ରାଇସୁଙ୍ଗୁଡ଼ା , ମିର୍ଜାପୁର, ପିକୋଳ ପଞ୍ଚାୟତରେ ଥିବା କୁସମ୍ବୀ , କେରଙ୍ଗା, ଧୂଆଁସାହି, ରାଇସୁଙ୍ଗୁଡ଼ା, ମଢ଼ଙ୍ଗା, ଧର୍ମାଗତପୁର, ଦେଉଳି, କାନପୁର, ମାତନଗର, ମିର୍ଜାପୁର, ମାଣିତ୍ରି ରାଜସ୍ୱ ଗ୍ରାମର ଦୁଇ ହଜାରରୁ ଉଦ୍ଧ୍ୱର୍ ଚାଷୀ ନିର୍ଭର କରିଥାନ୍ତି । ଏବେ ଚାଷୀମାନଙ୍କ ପାଇଁ ୭ଶହରୁ ଉଦ୍ଧ୍ୱର୍ ବସ୍ତା ୟୁରିଆ ସାର ଆବଶ୍ୟକ ଥିବା ବେଳେ ସମିତିକୁ ମାତ୍ର ୯୦ବସ୍ତା ସାର ଆସିବା ଫଳରେ ଚାଷୀମାନଙ୍କ ମଧ୍ୟରେ ସାରନେବା ପାଇଁ ପ୍ରତିଯୋଗୀତା ହେବା ସହ ଉତେଜନା ପ୍ରକାଶ ପାଇଥିଲା । ଶେଷରେ ପରିଚାଳନା ବୋର୍ଡ଼ ବୈଠକ ବସି ଅଧିକ ସାର ଆସିଲେ ସମସ୍ତ ଚାଷୀଙ୍କୁ ସାର ଦିଆଯିବ ବୋଲି ଜଣାଇ ଦିଆଯାଇଥିଲା । ଫଳରେ ଶହଶହ ଚାଷୀ ସାର ନେବାକୁ ଆସି ନିରାଶ ହୋଇ ଫେରିଯାଇଥିଲେ । ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ସାଲେପୁର ଅଂଚଳରେ ତାହା ସଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି । ଏବେ ୟୁରିଆ ବସ୍ତା ପିଛା ୨୬୬ଟଙ୍କା ୫୦ ପଇସା ସରକାରୀ ମୂଲ୍ୟ ଧାର୍ଯ୍ୟ ଥିବା ବେଳେ ସାରର ଅଭାବ ଯୋଗୁ ଚାଷୀ କଳାବଜାରରେ ୪ଶହ ରୁ ଉଦ୍ଧ୍ୱର୍ ଟଙ୍କାରେ ୟୁରିଆ କିଣୁଥିବା ଜଣାପଡ଼ିଛି । ଏ ସଂପର୍କରେ ସେବା ସମବାୟ ସମିତିର ସଂପାଦିକା ନିର୍ମଳା ପ୍ରଭା ଭୂୟାଁଙ୍କ ସହ ଯୋଗାଯୋଗ କରାଯିବାରୁ ଚାଷୀମାନଙ୍କ ପାଇଁ ଆବଶ୍ୟକ ୬୭୦ବସ୍ତା ୟୁରିଆ ଚିଠି ମାଧ୍ୟମରେ ବିଭାଗୀୟ ଉଚ୍ଚ ପଦସ୍ତ କର୍ମଚାରୀଙ୍କୁ ଜଣାଇଥିଲୁ । ମାତ୍ର ଏବେ ୯୦ବସ୍ତା ଆସିବାରୁ ସାର ବାଂଟିବାରେ ସମସ୍ୟା ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଥିଲେ । ତେଣୁ ତୁରନ୍ତ ଚାଷୀମାନଙ୍କୁ ଆବଶ୍ୟକ ସାର ଯୋଗାଇ ଦେବାକୁ ସେବା ସମବାୟ ସମିତିର ସଭାପତି ନିରଂଜନ ନାରାୟଣ ସିଂହ, ଚାଷୀପ୍ରତିନିଧି ରଶ୍ମିରଂଜନ ଦାଶ, ସଞ୍ଜୟ ରାଉତ, କାଳନ୍ଦୀ ସାହୁ, ଧରଣୀଧର ନାୟକ, ସତ୍ୟାନନ୍ଦ ଭୂୟାଁ, ରାଜକିଶୋର ମଲ୍ଲିକ ପ୍ରମୁଖ ଜିଲ୍ଲାପାଳ , ଏଆର.ସି.ସି. ଓ ଡ଼ି.ଆର.ସି ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *