Tuesday , November 30 2021
Breaking News
Home / ବିଶେଷ / ରେଳବାଇ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣା – ଝଲସିବ ଭୁବନେଶ୍ୱର ରେଳ ଷ୍ଟେସନ

ରେଳବାଇ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣା – ଝଲସିବ ଭୁବନେଶ୍ୱର ରେଳ ଷ୍ଟେସନ

ଭୁବନେଶ୍ୱର, ୨୦/୦୯/୨୦୧୯(ଓଡ଼ିଶା ସମାଚାର)- ଭୁବନେଶ୍ୱର ରେଳଷ୍ଟେସନର ପୁନଃ ବିକାଶ ପାଇଁ ଗୁରୁବାର ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନଠାରେ ଉଭୟ ରେଳବାଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଅଛି ଓ ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶୀକାନ୍ତ ସିଂହ ଓ ଓଙ୍ଗିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଉପାଧ୍ୟକ୍ଷ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି ଓ ନୂଆଦିଲ୍ଲୀ ଉଦ୍ୟୋଗ ଭବନ ଠାରେ କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ; କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ରେଳବାଇ ବୋର୍ଡ ଇଞ୍ଜିନିୟରିଂ ସଦସ୍ୟ ବିଶ୍ୱେଷ ଚୌବେ ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ସହିତ ଉଚ୍ଚ ଅଧିକାରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ଠାରେ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିଶନ ଅନ୍ତର୍ଭୁକ୍ତ ରେଳଷ୍ଟେସନ ମଲ୍ଟିମୋଡ଼ାଲ ହବ ର୍ନିମାଣ ଭାବରେ ଭୁବନେଶ୍ୱର ରେଳଷ୍ଟେସନ ସଂଲଗ୍ନ ଅଞ୍ଚଳକୁ ବିକଶିତ କରାଯିବ । ଏହି ପ୍ରକଳ୍ପକୁ ଓଡିଶା ସରକାରଙ୍କ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଦ୍ୱାରା ର୍ନିମାଣ କରାଯିବ । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ମିଳିତ ଜମିରେ ଏହି ମଲ୍ଟିମୋଡ଼ାଲ ହବର ଭୁବନେଶ୍ୱର ରେଳ ଷ୍ଟେସନର ନୂତନ ଟର୍ମିନାଲ ବିଲଡିଙ୍ଗ, ସିଟି ବସ ଟର୍ମିନାଲ, ପବ୍ଲିକ କାର ପାର୍କିଙ୍ଗ ଏବଂ ଅନ୍ୟାନ ସାଧାରଣ ଲୋକଙ୍କ ଉପଯୋଗୀ ମିଶ୍ରିତ ସଂସ୍ଥା ସହିତ ସବୁ ପ୍ଳାଟଫର୍ମ ଉପରଦେଇ ଭୁବନେଶ୍ୱର ଷ୍ଟେସନର ଉଭୟ ପାଶ୍ୱର୍କୁ ସଂଲଗ୍ନ କରୁଥିବା ଏକ କନକୋର୍ସ ର୍ନିମାଣ କରାଯିବ ଓ ଉଭୟ ରେଳବାଇ ଓ ରାଜ୍ୟସରକାରଙ୍କ ଜମିରେ ନୂତନ ଷ୍ଟେସନ ବିଲଡିଙ୍ଗ ଏବଂ ଦୁଇଟି ଲାଇନ ସହିତ ପ୍ଳାଟଫର୍ମ ର୍ନିମାଣ ଯୌଥ ଭାବେ କରାଯିବ । ପ୍ରସ୍ତାବିତ ବିଲଡିଙ୍ଗ ରେ ତଳ ମହଲା ସହିତ ୫ ମହଲା ର୍ନିମାଣ କରାଯିବ ଯାହାକି ରେଳବାଇ ଦ୍ୱାରା ତଳ ମହଲା ସହିତ ୨ଟି ମହଲା ବ୍ୟବହାର କରାଯିବ । ରେଳବାଇ ପାଇଁ ୧.୭୪ ଲକ୍ଷ ବର୍ଗ ଫୁଟ ବ୍ୟବହାର କରାଯିବ । ଏହି ପ୍ରକଳ୍ପ ପାଇଁ ରେଳବାଇ ପ୍ରାୟ ୭୦କୋଟି ଟଙ୍କା ବ୍ୟୟ ବରାଦ କରିଛି ଯେଉଁଥିରେ ଦୁଇଟି ଅତିରିକ୍ତ ରେଳ ଲାଇନ ଓ ପୂର୍ଣ୍ଣ କଭରସେଡ ଥାଇ ଗୋଟିଏ ପ୍ଳାଟଫର୍ମ, ଫୁଟ ଓଭର ବ୍ରିଜ ର ସମ୍ପ୍ରସାରଣ ଏବଂ ସମସ୍ତ ଯାତ୍ରୀ ସୁବିଧା ଉପଲବ୍ଧ କରାଯିବ ଓ ସେହିଭଳି, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଅଛି ଯେଉଁଥିରେ ତଳ ମହଲା ସହିତ ଦୁଇ ମହଲା ନୂତନ ଷ୍ଟେସନ ବିଲଡିଙ୍ଗ ର୍ନିମାଣ କରାଯିବ । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *