Friday , September 22 2023
Breaking News
Home / ବିଶେଷ / ପଟ୍ଟାମୁଣ୍ଡାଇ ହାଜତ ମୃତ୍ୟୁ ଅଭିଯୋଗ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି

ପଟ୍ଟାମୁଣ୍ଡାଇ ହାଜତ ମୃତ୍ୟୁ ଅଭିଯୋଗ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି

କେନ୍ଦ୍ରାପଡା, ୨୦/୦୯/୨୦୧୯(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ହାଜତ ମୃତ୍ୟୁ ଅଭିଯୋଗ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଛି । ଓଡିଶା ମୁସଲିମ୍ ଫୋରମ ର ଚେୟାରମ୍ୟାନ୍ ଅବଦୁଲ୍ ରହେମାନ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ଦେବାସହ ସେହି ଘଟଣାର ବିଚାର ବିଭାଗୀୟ ତଦନ୍ତ ମାଜିଷ୍ଟ୍ରେଟଙ୍କ ଦ୍ୱାରା କରାଇବା ପାଇଁ ଦାବି ଜଣାଇଛନ୍ତି । ଚେୟାରମ୍ୟାନ୍ ଅବଦୁଲ୍ ରହେମାନ୍ ଙ୍କ ସମେତ ସେକ୍ ଆବତାବ୍, ସେକ୍ ହମିଦୁଲ୍ଲା, ଅବଦୁଲ୍ କଲିମ୍, ମହମ୍ମଦ ନୱାଜ୍, କଲିମ୍ ଖାଁ ପ୍ରମୁଖ ଫୋରମ୍ର ସଦସ୍ୟମାନେ ଦାବି ଜଣାଇଛନ୍ତି ।
ସୂଚନାଯୋଗ୍ୟ ପଟ୍ଟାମୁଣ୍ଡାଇ ଥାନା ଅଧୀନ ଅଡରପଲ୍ଲୀ ଗ୍ରାମର ସୁଶାନ୍ତ ବେହେରା ଚୋରା ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ପୁଲିସ୍ ଦ୍ୱାରା ଗିରଫ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତିି କରାଯିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ପୁଲିସ ତାଙ୍କୁ ହାଜତରେ ନିର୍ଯାତନା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରି ଥାନା ଘେରାଉ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *