କେନ୍ଦ୍ରାପଡା ,୨୦/୦୯/୨୦୧୯(ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ଥାନା ହାଜତରେ ଗତ ବୁଧବାର ମଦ ବ୍ୟବସାୟୀ ସୁଶାନ୍ତ ବେହେରା ଓରଫ ମଙ୍ଗୁଳିର ମୃତୁ୍ୟ ଘଟଣାରେ ଦାୟି ଥାନା ଅଧିକାରୀ ତ୍ରିପାଠି ଓ ଏ.ଏସ.ଆଇ ବେହେରାଙ୍କୁ ଚାକିରୀରୁ ନିଲମ୍ବନ କରାଯିବା ସହିତ ସେମାନଙ୍କୁ ସୁଶାନ୍ତକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରାଯିବା ସହିତ କେନ୍ଦ୍ରାପଡା ଏସପିଙ୍କୁ ତୁରନ୍ତ ବଦଳି କରାଯିବାକୁ ଶୁକ୍ରବାର ଦୁହୁରିଆସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ ଦାବି କରିଛନ୍ତି । ଶ୍ରୀ ସାହୁ କହିଛନ୍ତି ଯେ ଥାନା ଅଧିକାରୀ ଶ୍ରୀ ତ୍ରିପାଠୀଙ୍କ ନିର୍ଦେଶରେ ଥାନା ଏ.ଏସ.ଆଇ ଶ୍ରୀ ବେହେରା ଜୋରଜବରଦସ୍ତ ଧରିଆଣି ଥାନା ହାଜତରେ ମାରିଦିଆଯାଇଛି । ତେଣୁ ଏହି ହତ୍ୟା ଘଟଣାର ଏକ ନ୍ୟାୟିକ ତଦନ୍ତ କରାଯିବା ସହିତ ମୃତକର ପନôୀଙ୍କୁ ୨୦ଲକ୍ଷ ଟଙ୍କା କ୍ଷତିପୁରଣ ବିଜେପି ପକ୍ଷରୁ ଦାବି କରାଯାଇଛି । ମହାକାଳପଡା ଥାନା ହାଜତ ମୃତୁ୍ୟ ଘଟଣା ପରେ ଏବେ ପଟ୍ଟାମୁଣ୍ଡାଇ ତାନା ହାଜତରେ ମୃତୁ୍ୟ ଘଟଣା ଜିଲ୍ଲାରେ ପୋଲିସର ବର୍ବରତାକୁ ପ୍ରମାଣିତ କରିଛି । ଏହି ଦୁଇଦିନ ତଳେ କେନ୍ଦ୍ରାଂଚଳ ପୋଲିସ ଡିଆଇଜି କେନ୍ଦ୍ରାପଡାରେ ପହଁଚି କହିଥିଲେ ଯେ ଥାନାରେ ଅଭିଯୋଗକାରୀଙ୍କୁ ଉତମ ବ୍ୟବହାର କରାଯିବା ସହିତ ସସମ୍ମାନେ ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରାଯିବ ଏବେ କିନ୍ତୁ ଠିିକ ଓଲଟା ହୋଇଛି । ପୋଲିସ ଡିଆଇଜିଙ୍କ କଥା ଥାନା ପୋଲିସ ମାନିବାକୁ ରାଜିନୁହେଁ । ଦୈନିକ ଏଭଳି ଘଟଣା ଜିଲ୍ଲାର ବିଭିନ୍ନ ଥାନାରେ ଦେଖିବାକୁ ମିଳୁଛି । ମାର୍ଶାଘାଇ ଥାନା ଅଂଚଳରେ ଜଣେ ଔଷଧ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ଥାନାରେ ହାଜତ ମୃତୁ୍ୟ ଭଳି ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ÿଭୂବନମୋହନ ଜେନା,ଜିଲ୍ଲା ଉପସଭାପତି ଗଗନ ବିହାରୀ ଜେନା,ଦଳର କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ସୁନାକର ବେହେରା,ସଲିମ ଖାନ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର