Monday , June 27 2022
Breaking News
Home / ତାଜା ଖବର / ନର୍ସ ନିହାରୀକା ହତ୍ୟା ଘଟଣା : ଫେରାର ପୁରୁଷ ବନ୍ଧୁ ରାଜା ର ଆତ୍ମସମର୍ପଣ ପରେ ଗିରଫ

ନର୍ସ ନିହାରୀକା ହତ୍ୟା ଘଟଣା : ଫେରାର ପୁରୁଷ ବନ୍ଧୁ ରାଜା ର ଆତ୍ମସମର୍ପଣ ପରେ ଗିରଫ

କଟକ, ,୨୦/୦୯/୨୦୧୯(ଓଡ଼ିଶା ସମାଚାର)-ଗତ ୮ ତାରିଖରୁ ଷ୍ଟାଫ ନର୍ସ ନୀହାରିକା ନିଖୋଜ ଥିବା ବେଳେ ଏକ ଗଳିତ ମୃତ ଶରୀର ବିଲୁଆଖାଇ ନଦୀରୁ ଉଦ୍ଧାର କରାଯାଇଥିଲା । ଏହି ଗଳିତ ମୃତ ଦେହ ନୀହାରିକାଙ୍କର ବୋଲି ତାଙ୍କ ପରିବାରର ସଦସ୍ୟ ଚିହ୍ନଟ କରିଥିଲେ । ତେବେ ତାହା ନୀହାରିକାଙ୍କର କି ନୁହେଁ ଜାଣିବା ପାଇଁ ଆଜି ତାଙ୍କ ବାପାଙ୍କ ଡ଼ିଏନଏ ଟେଷ୍ଟ ହେଉଛି । ଏହି ସମୟରେ ଫେରାର ଥିବା ନୀହାରିକାଙ୍କ ପୁରୁଷ ବନ୍ଧୁ ରାଜା ଆଜି ବିରିଡ଼ି ଥାନାରେ ଆତ୍ମସମର୍ପଣ କରିଛନ୍ତି । ସେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ଜେରା କରାଯିବା ପରେ ସଠିକ କଥା ଜଣାପଡ଼ିବ ବୋଲି ଅନୁମାନ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ପୁରୀରେ ଫୁଟିଲା ବୋମା , ଜଣେ ଆହତ

ପୁରୀ, ୨୪/୬/୨୦୨୨(ଓଡ଼ିଶା ସମାଚାର)- ପୁରୀ ରେ ବୋମାମାଡ଼ । ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଆଜି ରାତିରେ …

Leave a Reply

Your email address will not be published. Required fields are marked *