ଭଦ୍ରକ, ୨୦/୦୯/୨୦୧୯(ଓଡ଼ିଶା ସମାଚାର)-ସମୁଦ୍ର ତଟ୍ଟ ଅଂଚଳରେ ଆତଙ୍କବାଦୀ ଙ୍କୁ କଡା ମୁକାବିଲା କରିବା ପାଇଁ ଆରମ୍ଭ ହୋଇଛି ତଟ ସୁରକ୍ଷା ସାଗର କବଚ । ଭାରତୀୟ ତଟରକ୍ଷୀ ବାହିନୀ,ରାଜ୍ୟ ପୁଲିସ,ଭାରତୀୟ ନେଭି ର ସହଯୋଗିତାରେ ଏହି ସୁରକ୍ଷା କାର୍ଯ୍ୟ୍ରକ୍ରମ ଅନୁଷ୍ଠିତ ହୋଇଛି ।ଓଡିଶା ସରକାରଙ୍କ ତରଫରୁ ୨୦୧୯-୨୦ମସିହା ପାଇଁ ଉପକୂଳବର୍ତୀ ଅଂଚଳ ଯଥା- ଧାମରା, କସିଆ, ଚୁଡାମଣୀ, ଚାନ୍ଦିପୁର ,ପାରାଦ୍ୱୀପ, ପୁରୀ ଏବଂ ଗୋପାଳପୁର ଠାରେ ହୋଇଛି ଉପକୂଳ ସୁରକ୍ଷାଭ୍ୟାସ । ଏହି ସୁରକ୍ଷାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ,ଭାରତୀୟ ନେଭି,ଏବଂ ଓଡିଶା ପୁଲିସ ସାମିଲ ହୋଇଥିଲେ । ହୋଇଥିବା ତଟ ସୁରକ୍ଷା ସାଗର କବଚ କାର୍ଯ୍ୟକ୍ରମରେ ବ୍ଲୁ ଫୋର୍ସ ଦ୍ୱାରା ୪ଜଣ ରେଡ ଫୋର୍ସଙ୍କୁ ଅଟକ ରଖାଯାଇଛି ବୋଲି ଧାମରା ମେରାଇନ ଥାନାଧିକାରୀ ଶ୍ରୀକାନ୍ତ ପତିଙ୍କ ନିକଟରୁ ପ୍ରକାଶ ।ଏଥିପାଇଁ ଗୋଟିଏ ଦଳରେ ଭାରତୀୟ ତଟରକ୍ଷୀ ବାହିନୀ ,ରାଜ୍ୟ ପୁଲିସ ଏବଂ ଭାରତୀୟ ନେଭି ର କିଛି ସଦସ୍ୟ ଗୁପ୍ତଚର(ରେଡ ଫୋର୍ସ) ହିସାବରେ ଧାମରା ଅଂଚଳକୁ ଆସନ୍ତି, ଅନ୍ୟଦଳଟିରେ ଯଥା ଧାମରା ପୁଲିସ ଏବଂ ଭଦ୍ରକ ଜିଲ୍ଲା ପୁଲିସ ଧାମରା ଉପକୂଳ ଅଂଚଳ ଯଥା-ଧାମରା, ଧାମରା ପୋର୍ଟ କମ୍ପାନୀ ଲିମିଟେଡ,ଧାମରା ମତ୍ସ୍ୟ ପୋତାଶ୍ରୟ, ଚନ୍ଦନୀପାଳ, କରଞ୍ଜମାଳ, ବାଲିମୁଣ୍ଡା, କସିଆ ,ଚୁଡାମଣୀ ଜେଟି,ଚୁଡାମଣି ଘାଟ ଏବଂ ବାସୁଦେବପୁର ଠାରେ ସାଦା ପୋ୍ଷାକରେ ପହରା ଦେଉଥାନ୍ତି ।ଯଦି ଗୁପ୍ତଚର ମାନେ(ରେଡ ଫୋର୍ସ) ଆସି ନିର୍ଧାରିତ ହୋଇଥିବା ସ୍ଥାନରେ ବିନା କିଛି ବାଧା ବିଘ୍ନରେ ପହଂଚିଯାନ୍ତି ତାହେଲେ ଗୋଇନ୍ଦା ବିଭାଗ(ବ୍ଲୁ ଫୋର୍ସ) ସଜାଗ ନାହିଁ ବୋଲି ଧରାଯାଏ । ଯଦି ନିର୍ଧାରିତ ହୋଇଥିବା ସ୍ଥାନରେ ପହଂଚିବା ପୂର୍ବରୁ ପହରା ଦେଉଥିବା ସାଦା ପୋଷାକ ପରିହିତ ପୁଲିସ(ବ୍ଲୁ ଫୋର୍ସ) ସେମାନଙ୍କୁ ଧରିନିଏ ତାହେଲେ ଉପକୂଳବର୍ତୀ ଅଂଚଳରେ ସୁରକ୍ଷାବ୍ୟବସ୍ଥା ଠିକ ଅଛି ବୋଲି ଧରିନିଆଯାଏ । ଏହି ସୁରକ୍ଷାଭ୍ୟାସ ବେଳେ ପାରାଦ୍ୱୀପ ଠାରୁ ଏକ ମାଛ ଧରା ଟ୍ରଲରରେ ଆସୁଥିବା ତଟ ସୁରକ୍ଷା ବାହିନୀର ରାଜକିଶୋର ନାୟକ, ପ୍ରଦ୍ୱୀପ ପ୍ରଧାନ, ବିନୟ ଯାଦବ ଏବଂ ରଉଶନ ତିଓାରୀଙ୍କୁ ବାବା ତ୍ରିଲୋଚନଶ୍ୱର ନାମକ ମାଛଧରା ଟ୍ରଲରରୁ ଗିରଫ କରାଯାଇଥିଲା । ଏହି ୪ ଆତଙ୍କବାଦୀ ସାଧା ପୋଷାକରେ ଥିବା ବେଳେ ଏମାନଙ୍କ କାର୍ଯ୍ୟ କଳାପ ସନ୍ଦେହ ହେବାରୁ ସେମାନଙ୍କୁ ଗଭୀର ସମୁଦ୍ରରେ ଥିବା ଏହି ବୋଟରୁ ଧରାଯାଇ ଧାମରା ମେରାଇନ ଥାନାକୁ ଅଣାଯାଇଥିଲା । ପରେ ସେମାନଙ୍କ ସମସ୍ତ କାଗଜପତ୍ର ଯାଂଚ କରିବା ପରେ ସେମାନେ ଭାରତୀୟ ତଟରକ୍ଷୀ ବାହିନୀର କମାଣ୍ଡୋ ବୋଲି ଜଣା ଯାଇଥିଲା । ସମସ୍ତ ଯାଂଚ ପରେ ସେମାନଙ୍କୁ ଛଡା ଯାଇଛି ବୋଲି ଥାନାଧିକାରୀଙ୍କ ନିକଟରୁ ପ୍ରକାଶ । ଏହି ସୁରକ୍ଷା କବଚ କାର୍ଯ୍ୟକ୍ରମରେ ଓଡିଶା ସ୍ପେଶାଲ ଷ୍ଟା୍ରଇକିଂ ଫୋସ ଏର୍ବଂ ମେରାଇନ ପୁଲିସର ଉପେନ୍ଦ୍ର ମହନ୍ତ, କେକେ ସାହୁ, ରଂଜନ କୁମାର ଦାସ, ମାନସ କୁମାର ମଲିକ,ବିଜୟ କୁମାର ରଣା, କ୍ଷୀରୋଦ ସାହୁ, ପତିତ ପାବନ ଜେନା, ରାଜେନ୍ଦ୍ର ବଳଙ୍କ ସହ ଧାମରା ମେରାଇନ ଥାନାର ଏଏସଆଇ ରବିନ୍ଦ୍ର କୁମାର ଖୁଂଟିଆ, ଅକ୍ଷୟ କୁମାର ବିଶ୍ୱାଳ,ରଂଜିବ ନାୟକ ପ୍ରମୁଖ ସାମିଲ ହୋଇଥିବା ବେଳେ ଏହି ସୁରକ୍ଷାଭ୍ୟାସରେ ଓଡିଶା ସ୍ପେଶାଲ ଷ୍ଟା୍ରଇକିଂ ଫୋର୍ସ, ଏବଂ ସେମାନଙ୍କର ଧାମରା ଠାରେ ନିୟୋଜିତ ହୋଇଥିବା ୨ଟି ବୋଟ, ଚୁଡାମଣୀ ଠାରେ ଥିବା ୨ଟି ସ୍ପିଡ ବୋଟ , ଧାମରା ମେରାଇନ ପୁଲିସ , ବାଂଶଡା ପୁଲିସ,(ବ୍ଲୁ ଫୋର୍ସ) ଡ୍ୟୁଟି ଆରମ୍ଭ କରିଥିଲେ ସେମାନେ ଧାମରାରୁ ବାହାରି ଚନ୍ଦନୀପାଳ, ଧାମରା ପ୍ରତିରକ୍ଷା ଘାଟୀ, କରଂଜମାଳ, କରଣପଲ୍ଲୀ, ବାଲିମୁଣ୍ଡା, ବାବୁବାଲି , ତାଳଚୁଆ ପ୍ରଭୃତି ସ୍ଥାନମାନଙ୍କରେ ପଇଁତରା ମାରି ବାସୁଦେବପୁର ଠାରେ ଥିବା କସିଆ ପର୍ଯ୍ୟନ୍ତ ଯାଇଥିଲେ । ଏହି ସାଗର କବଚରେ ଧାମରା ଠାରେ ଆରମ୍ଭ ହୋଇଥିବା ବେଳେ ଧାମରା ମତ୍ସ୍ୟପୋତାଶ୍ରୟ ଠାରେ ୩ ଜଣ ସହକାରୀ ସବ ଇନସପେକ୍ଟର ସମେତ ୧୪ଜଣ କନେଷ୍ଟବଳ କସିଆ ଠାରେ ୪ଜଣ, ଚୁଡାମଣୀ ଜେଟିରେ ୪ଜଣ ଏବଂ ଚୁଡାମଣୀ ଘାଟ ଠାରେ ୪ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ ବୋଲି ନୋଡାଲ ଅଫିସର ଅଶୋକ କୁମାର ଦାସଙ୍କ ଠାରୁ ପ୍ରକାଶ । ଏହି ସୁରକ୍ଷାଭ୍ୟାସ ୨ ଦିନ ଧରି ଚାଲିଥିଲା ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିବାବେଳେ ୪ଜଣ ଆତଙ୍କବାଦୀ ଧରା ପଡିବା ସହ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିବା ଜଣାଯାଇଛି । ଓଡ଼ିଶା ସମାଚାର