କେନ୍ଦ୍ରାପଡା, ୨୦/୦୯/୨୦୧୯(ଓଡ଼ିଶା ସମାଚାର)-ଆଇସିଏସଇ ବୋର୍ଡ ପରୀକ୍ଷାରେ ଜିଲା ଟପ୍ପର ଏବଂ ରାଜ୍ୟରେ ଦ୍ୱିତୀୟ ହୋଇଥିବା ଛାତ୍ର ମହାକାଳପଡା ଥାନା ଅନ୍ତର୍ଗତ ଗୟାସପୁର ଗ୍ରାମର ଅମୃତ ମୋହନ ରାଉତଙ୍କୁ ଜିଲାପାଳ ସମର୍ଥ ବର୍ମା ସମ୍ବର୍ଦ୍ଧିତ କରିବା ସହିତ ଓଡିଶା ସରକାରଙ୍କ ଖଣି ନିଗମ ଦ୍ୱାରା ପ୍ରଦତ ୪ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ । ଏହି ଅର୍ଥ ତାଙ୍କ ମେଡିକାଲ ଏନ୍ଟ୍ରାନ୍ସ ପରୀକ୍ଷା ନିମନ୍ତେ ସେ ଖର୍ଚ୍ଚ କରିବେ । ସେ ଗୟାସପୁର ଗ୍ରାମର ଅମ୍ବୁଜ କୁମାର ରାଉତ ଏବଂ ସୌଦାମିନୀ ରାଉତଙ୍କ ପୁଅ । ତାଙ୍କ ପିତା ଅମ୍ବୁଜ ଜଣେ ଗଣଶିକ୍ଷକ ହୋଇଥିବାବେଳେ ମା’ ଗୃହିଣୀ ଅଟନ୍ତି । ଶ୍ରୀ ରାଉତ ପ୍ରାରମ୍ଭିକ ଶିକ୍ଷା ସ୍ଥାନୀୟ ଶିଶୁ ମନ୍ଦିରରୁ ଆରମ୍ଭ କରି ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ସ୍ଥାନୀୟ ସେଂଟ୍ ଜୋସେଫ୍ ସ୍କୁଲରେ ଅଧ୍ୟୟନ କରୁଥିଲେ । ଓଡ଼ିଶା ସମାଚାର