Friday , December 2 2022
Home / Uncategorized / ଛାଣିପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା

ଛାଣିପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା

ସାଲେପୁର ,୨୦/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା ) : ସାଲେପୁର ଶିକ୍ଷାଜିଲ୍ଲା ଅଧିନ ଛାଣିପୁରରେ ଥିବା ନୋଡ଼ାଲ ଉଚ୍ଚ ବିଦ୍ୟାଳୟଟି ବ୍ୟାପକ ଅବ୍ୟବସ୍ଥା ଭିତରେ ଗତି କରୁଛି । ଏହି ଅବ୍ୟବସ୍ଥା ବିଷୟରେ ବିଦ୍ୟାଳୟର ପରିଚାଳନା କମିଟି ଓ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଗଣଶିକ୍ଷା ମନ୍ତ୍ରୀ , ଗଣଶିକ୍ଷା ସଚ୍ଚିବ, ଗଣଶିକ୍ଷା ନ୩ିର୍ଦ୍ଦେଶକ ଓ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଠାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଏହି ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ୧୯୬୦ ମସିହାରେ ସ୍ଥାପିତ ହୋଇଅଛି । ଅଧୁନା ଏହି ବିଦ୍ୟାଳୟରେ ୧୭୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଉକ୍ତ ବିଦ୍ୟାଳୟରେ ୧୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଥିବା ବେଳେ ସ୍ଥାୟୀ ପ୍ରଧାନ ଶିକ୍ଷକ ଏହି ବିଦ୍ୟାଳୟରେ ନାହାନ୍ତି । କଲ୍ୟାଣପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସପ୍ତାହରେ ୩ ଦିନ ଡ଼େପୁଟେସନରେ ଆସି ପ୍ରଧାନ ଶିକ୍ଷକ କାର୍ଯ୍ୟକରୁଛନ୍ତି । ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାରୁ ଠାରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟମିତ ଶ୍ରେଣୀକୁ ଯାଇ ପାଠ ପଢ଼ାଉ ନଥିବା ଅଭିଯୋଗରେ ଦର୍ଶାଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଠ ନ ପଢ଼ାଇ ଟିଚରର୍ସ କମନ୍ ରୁମ୍ ରେ ବସି ବ୍ୟକ୍ତିଗତ ଆଲୋଚନା ଓ ମୋବାଇଲ ଫୋନ ରେ ବ୍ୟସ୍ତ ରହୁଛନ୍ତି । ଫଳରେ ଛାତ୍ରଛାତ୍ରୀମାନେ ବଶୃଙ୍ଖଳିତ ହେଉଛନ୍ତି । କୈାଣସି ଶିକ୍ଷକ ନିୟମିତ କରେକସନ୍ ୱାର୍କ କରୁନାହାନ୍ତି କି ଲେସନ୍ ଡ଼ାଏରୀ ଲେଖୁ ନାହାନ୍ତି ବୋଲି ଲିଖିତ ଅଭିଯୋଗ ହୋଇଛି । ପୂର୍ବପରି ୧୦ମ ଶ୍ରେଣୀର ପରୀକ୍ଷା ଫଳ ମଧ୍ୟ ସନ୍ତୋଷ ଜନକ ହେଉନାହିଁ । କିଛି ଶିକ୍ଷକ ବିଦ୍ୟାଳୟର କିରାଣୀକୁ ହାତ କରି ବିନା ସୂଚନାରେ ଛୁଟିରେ ରହୁଛନ୍ତି । ଫଳରେ ପିଲାମାନଙ୍କ ପାଠପଢ଼ା ଠିକ୍ ଭାବେ ହେଉନାହିଁ ବୋଲିି ଅଭିଯୋଗରେ ସ୍ପଷ୍ଟ ଉଲ୍ଲେଖ ରହିଅଛି । ମଧ୍ୟାହ୍ନ ଭୋଜନରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ମଧ୍ୟ ସଠିକ୍ ଦୃଷ୍ଟି ଦିଆଯାଉନାହିଁ । ବିଦ୍ୟାଳୟ ପରିସରରେ ମଦ ଓ ସିଗାରେଟ୍ ବ୍ୟବହାର କରାଯାଉଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ଅଧୁନା ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ, ହିନ୍ଦି ଶିକ୍ଷକ ଓ ଉର୍ଦ୍ଦୁ ଶିକ୍ଷକ ନାହାନ୍ତି । ଏସ୍ ଏମ୍ ସି ଅଭିଭାବକମାନେ ପ୍ରତିବାଦ କଲେ ମଧ୍ୟ ବିଦ୍ୟାଳୟର କୈାଣସି ପରିବର୍ତନ ହେଉନାହିଁ । ଗଣଶିକ୍ଷା ବିଭାଗ ପକ୍ଷରୁ ସତ୍ୟାସତ୍ୟ ତୁରନ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଏସ୍ ଏମ୍ ସି ପ୍ରେସିଡ଼େଂଟ ସଂଗ୍ରାମ ପଟ୍ଟନାୟକ, ସଭ୍ୟ ଶଶଧର ମୁଦୁଲି, ସୁରେନ୍ଦ୍ର ନାଥ ବେହେରା, ପ୍ରିୟଙ୍କା ନାୟକ, ସଂଜୁକ୍ତା ପରିଜା, ସରସ୍ୱତୀ ପରିଜା, ଅନିମା ସାମଲ, ରଂଜିତା ପୃଷ୍ଟି, ଗୋବିନ୍ଦ ଚନ୍ଦ୍ର ସାମଲ, ଅଶୋକ ଦାଶ, ଜଗଦୀଶ ରାୟ, ହରେକୃଷ୍ଣ ପ୍ରଧାନ, ମାନସ ରଂଜନ ସାହୁ, ତପନ କୁମାର କର, ନରେଶ ଚନ୍ଦ୍ର ପ୍ରଧାନ, କୋଲଖ ଚନ୍ଦ୍ର ପୃଷ୍ଟି, ବାବୁଲି ସାମଲଙ୍କ ସହ ଅର୍ଦ୍ଧଶତାଧିକ ବ୍ୟକ୍ତି ବିଶେଷ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.