Thursday , July 7 2022
Breaking News
Home / ବିଶେଷ / ଗୁରୁଜଙ୍ଗରେ ସରକାରୀ ଜମି ଜବରଦଖଲ – ବେଆଇନଭାବେ ବିରାଟ ଅଟ୍ଟାଳିକାମାନ ନିର୍ମାଣ

ଗୁରୁଜଙ୍ଗରେ ସରକାରୀ ଜମି ଜବରଦଖଲ – ବେଆଇନଭାବେ ବିରାଟ ଅଟ୍ଟାଳିକାମାନ ନିର୍ମାଣ

ଖୋର୍ଦ୍ଧା,୨୦/୦୯/୨୦୧୯(ଓଡ଼ିଶା ସମାଚାର)-ଖୋର୍ଦ୍ଧା ସହର ୧୬ନଂ ୱାର୍ଡ଼ ଗୁରୁଜଙ୍ଗ ସୂର୍ଯ୍ୟନଗରରେ ସରକାରୀ ଜମି ଜବରଦଖଲ ହୋଇଚାଲିଛି । ଏଠାରେ ସରକାରୀ ଜମିକୁ ୮ଜଣ ଜବରଦଖଲ କରିଛନ୍ତି । ତେବେ ୩ଟି ଜବରଦଖଲ ଚର୍ଚ୍ଚାକୁ ଆସିଛି । ସ୍ଥାନୀୟ ଅଂଚଳର ୧ ଏକ ୨୪୫ ଡ଼ିସିମିଲି ଉପରେ ୩ଜଣ ବ୍ୟବସାୟୀ ପୃଥକଭାବେ କୋଠାଘର ନିର୍ମାଣ କରିଛନ୍ତି । ଜଣେ ବ୍ୟବସାୟୀ ହୋଲସେଲର ସହ ବାସଗୃହ କରିଛନ୍ତି । ଅନ୍ୟ ଦୁଇଜଣ ବ୍ୟବସାୟୀ କେବଳ ବାସଗୃହକୁ ଛାତ କରିଛନ୍ତି । ପ୍ରାୟ ଏକ ବର୍ଷ ହେଲା ଛାତ ହୋଇଥିଲେ ହେଁ ଖୋର୍ଦ୍ଧା ରାଜସ୍ୱ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏ ସଂପର୍କରେ ଆରଆଇ କବିରାଜ ସେଠୀଙ୍କୁ ପଚାରିବାରେ ସରକାରୀ ଜମିରେ ବେଆଇନ କୋଠା ନିର୍ମାଣର ତଦନ୍ତ କରି ଅତିଶୀଘ୍ର ପଦକ୍ଷେପ ନେବା ପାଇଁ ସୂଚନା ଦେଇଛନ୍ତିି । ଏହି ଅଂଚଳରେ ବ୍ରାଉନସୁଗାର ମାଫିଆ ଛୋଟାର ଘରକୁ ପ୍ରଶାସନ ଭାଙ୍ଗିଥିବାବେଳେ ଏହି ଅଟ୍ଟାଳିକାଗୁଡ଼ିକ ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା । ଓଡ଼ିଶା ସମାଚାର

About admin

Check Also

କଳାକାର ଚୟନ ପ୍ରକ୍ରିୟାରୁ ବାଦ ପଡିଲେ ସଂକୀର୍ତନ ମଣ୍ଡଳୀ କଳାକାର : କଳାକାର ମହଲରେ ଅସନ୍ତୋଷ

କନ୍ଧମାଳ,୦୭/୦୭/୨୨(ଓଡିଶା ସମାଚାର/)ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇ-ରେଜିଷ୍ଟେସନ  ମାଧ୍ୟମରେ କନ୍ଧମାଳ ଜ଼ିଲ୍ଲା …

Leave a Reply

Your email address will not be published. Required fields are marked *