Sunday , October 17 2021
Breaking News
Home / ବିଶେଷ / ଗାନ୍ଧିଜୀଙ୍କ ୧୫୦ତମ ପୂର୍ତି ପାଳନ ରାଜ୍ୟ କମିଟି ଅଧ୍ୟକ୍ଷ  ଅତନୁଙ୍କୁ ସ୍ୱାଗତ

ଗାନ୍ଧିଜୀଙ୍କ ୧୫୦ତମ ପୂର୍ତି ପାଳନ ରାଜ୍ୟ କମିଟି ଅଧ୍ୟକ୍ଷ  ଅତନୁଙ୍କୁ ସ୍ୱାଗତ

କେନ୍ଦ୍ରାପଡା ,୨୦/୦୯/୨୦୧୯(ଓଡ଼ିଶା ସମାଚାର)- ଗାନ୍ଧିଜୀଙ୍କ ୧୫୦ତମ ପୂର୍ତି ଉସôବ ପାଳନ ନିମନ୍ତେ ରାଜ୍ୟ କମିଟିର ଅଧ୍ୟକ୍ଷ ଭାବରେ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁ ସାବ୍ୟସଚି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନିତ କରିଥିବାରୁ କେନ୍ଦ୍ରାପଡା ଜିଲ୍ଲାର ବୁଦ୍ଧିଜୀବି ଓ ଆଇନଜୀବିମାନଙ୍କ ପକ୍ଷରୁ ବିଧାୟକ ଶ୍ରୀ ନାୟକଙ୍କୁ ସ୍ୱାଗତ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନକୁଳ ଚରଣ ଦାସ, ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ସଭାପତି କରୁଣାକର ଦାସ, ଉପସଭାପତି ପ୍ରଦୀପ କୁମାର ଦାଶ, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ସଭାପତି ତଥା ସାହିତ୍ୟିକ ଡଃ.ବାସୁଦେବ ଦାସ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ସରକାରୀ ଆଇନଜୀବି ଗଗନ ବିହାରୀ ଜେନା, ଜିପି ଗୋବର୍ଦ୍ଧନ ରାଉତ, ନିରଞ୍ଜନ ବଳ, ମାନସରଞ୍ଜନ ଧଳ, ରମାକାନ୍ତ ସ୍ୱାଇଁ, ମନୋଜ ସାହୁ, ରମାକାନ୍ତ କାନୁନଗୋ,  ବ୍ରଜସୁନ୍ଦର ରାଉତ, ଶେଷଦେବ ଦାସ, ସେକ ଅଜିମୁଦ୍ଧିନ,  ଉଷା ଦାସ, ଇତିହାସ ଲେଙ୍କା, ତାରେଣୀ ପାଟ୍ଟଯୋଷୀ, ଆୟକର ଓକିଲ ସଙ୍ଘ ସଭାପତି ବିଚିତ୍ର କୁମାର ଶର୍ମା, କିଶୋର ପ୍ରଧାନ,ଧିରେନ୍ଦ୍ର କୁମାର ଦାସ, ପଟ୍ଟାମୁଣ୍ଡାଇ କଂଟାବଣସ୍ଥିତ ତ୍ରିଭୂବନ ସ୍ୱେଛାସେବୀ ଅନୁଷ୍ଠାନର ସମ୍ପାଦକ କୁମର ଚନ୍ଦ୍ର ବାଇ ପ୍ରମୁଖ ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *