ରଘୁନାଥପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର)- କଟକ – ପରାଦୀପ ରାସ୍ତାର ସୋମପୁର ଠାରେ ଏକ ପରିତ୍ୟକ୍ତ ଘର ମଧ୍ୟରୁ ଜଣେ ଚେତାଶୂନ୍ୟ ମଳିଳାଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ଜଣେ ଚେତାଶୂନ୍ୟ ମଳିଳାଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଓ ସ୍ଥାନୀୟ ଲୋକ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସମ୍ପୃକ୍ତ ମହିଳାଙ୍କର ଚେତା ନଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଉକ୍ତ ମହିଳା ପାରାଦୀପର ରୋଜାଲିନ ବାରିକ ବୋଲି ଚିହ୍ନଟ କରିଛି । ତେବେ ସେ କିପରି କେଉଁ ପରିସ୍ଥିତିରେ ପାରାଦୀପରୁ ଆସି ସୋମପୁରରେ ଏକ ପରିତ୍ୟକ୍ତ ଘର ମଧ୍ୟରେ ଚେତା ଶୂନ୍ୟ ଭାବେ ପଡ଼ିଥିଲେ ତାହା ବର୍ତମାନ ଜଣାପଡ଼ିନାହିଁ । ତଦନ୍ତ ହେଲେ ଜଣାପଡ଼ିବ । ଓଡ଼ିଶା ସମାଚାର