Friday , September 29 2023
Breaking News
Home / ଶିକ୍ଷା / ଶିକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ଶିକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ବାରିପଦା, ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗନୋ) ତତ୍ୱାବଧାନରେ ଉନ୍ନତ ଭାରତ ଶିକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଚଳିତ ସେପ୍ଟେମ୍ବର ୧୨ ତାରିଖରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟକାରୀ କରାଯାଉଅଛି । ଆଂଚଳିକ ଇଗନୋ ଶିକ୍ଷା କେନ୍ଦ୍ର ଭୂବନେଶ୍ୱର ତତ୍ୱାବଧାନରେ ଏମପିସି ଅଟୋନମାସ୍ କଲେଜ ବାରିପଦା ଇଗନୋ ଶିକ୍ଷା କେନ୍ଦ୍ର ସଂଯୋଜନା ଏବଂ ସଂପୃକ୍ତ ସ୍ୱେଚ୍ଛାସେବୀ ସଂଗଠନ ସାଧନ, ଜୀବନଧାରା ଓ ରେନାସା ସହଯୋଗରେ ମୟୂରଭଞ୍ଜ ଜିଲ୍ଲାର ଉପଖଣ୍ଡ ଓ ବ୍ଲକ ସ୍ତରରେ ଥିବା ୬୨ ଟି ମହାବିଦ୍ୟାଳୟରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯାଉଛି । ଏହି ଶିକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ବିଶେଷ କରି ସ୍ୱଳ୍ପ ଅବଧିକାଳିନ ଇଗ୍ନୋ ପାଠ୍ୟକ୍ରମ ଅର୍ନ୍ତଭୁକ୍ତ ବିଭିନ୍ନ ବିଷୟରେ ଡିପ୍ଲୋମା, ପିଜି ଡିପ୍ଲୋମା ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଡିଗ୍ରୀ ଯୋଗ୍ୟତା ସାର୍ଟିଫିକେଟ କୋର୍ସ ଶିକ୍ଷା ଗ୍ରହଣ କରି ବିଦ୍ୟାର୍ଥୀମାନେ ନିଜର କ୍ୟାରିୟର ଗଠନ କରିବା ଉଦ୍ଧେଶ୍ୟ ନେଇ ଚଳିତ ସେପ୍ଟେମ୍ବର ୧୨ ତାରିଖ ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଅଛି । ଏହି ଅବସରରେ ଫେସିଲେସନ କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ସୁଜୟ କୁମାର ପତି, କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ କୈଳାଶ ଚନ୍ଦ୍ର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ନାୟକ, ଜୀବନଧାରା ସ୍ୱେଚ୍ଛାସେବୀ ସଂଗଠନର ଅଧ୍ୟକ୍ଷ ଚନ୍ଦନ ସେଜପଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଇଗନୋ ଦୂରଶିକ୍ଷା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଜିଲ୍ଲାର ଯୁବ ବିଦ୍ୟାର୍ଥୀମାନେ ଏହାମାଧ୍ୟମରେ ଉଚ୍ଚଶିକ୍ଷା ଗ୍ରହଣ କରି ନିଜର କ୍ୟାରିୟର ଗଠନ କରିବା ପାଇଁ ପରାର୍ମଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଡ. ଝରଣା ବେହେରା, ରେନାସା ସ୍ୱେଚ୍ଛାସେବୀ ସଂଗଠନର ସଂଯୋଜକ ଗୌରୀଶଙ୍କର ମିଶ୍ର, ଇଗନୋ ଶିକ୍ଷାକେନ୍ଦ୍ରର ପ୍ରେମ ରଞ୍ଜନ ପ୍ରାସାଦ, ବିଶ୍ୱମ୍ବର ମହାନ୍ତ, କିଚକ ବେହେରା ପ୍ରମୁଖ ଯୋଗ ଦେଇ ଇଗନୋ ପାଠ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ବାରିପଦା ମହାବିଦ୍ୟାଳୟ, ସାଇ ଡିଗ୍ରୀ କଲେଜ, ଏମ୍ପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଏନଏସଏସ୍ ଛାତ୍ରଛାତ୍ରୀ ଏବଂ ସଂପୃକ୍ତ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *