Wednesday , December 8 2021
Home / ସ୍ୱାସ୍ଥ୍ୟ / ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦସ୍ତଖତ ଅଭିଯାନ ଓ ପଥପ୍ରାନ୍ତ ସଭା

ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦସ୍ତଖତ ଅଭିଯାନ ଓ ପଥପ୍ରାନ୍ତ ସଭା

ଭଦ୍ରକ,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଦ୍ୱିତୀୟଥର ପାଇଁ ଗୋଶାଳାଛକ ଠାରେ ଭଦ୍ରକ ଜିଲ୍ଳା ଯାଦବ ଓ ଯୁବଯାଦବ ମହାସଭା ତରଫରୁ ମେଡ଼ିକାଲକଲେଜ ପ୍ରତିଷ୍ଠା ପାଇଁ ପଥପ୍ରାନ୍ତ ସଭା ଓ ଦସ୍ତଖତ ଅଭିଯାନ ହୋଇଥିଲା । ଭଦ୍ରକଜିଲ୍ଲା ଯୁବଯାଦବର କାର୍ଯ୍ୟକାରୀ ସଭାପତି ପ୍ରକାଶଜ୍ୟୋତି ମହାକୁଡ଼ଙ୍କ ନେତୃତ୍ୱରେ ସକାଳ ୮ଘଟିକାରୁ ଆରମ୍ଭକରି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏହି ଦସ୍ତଖତ ଅଭିଯାନରେ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ପ୍ରରିଲକ୍ଷିତ ହୋଇଥିଲା ଏବଂ ହଜାରହଜାର ସଂଖ୍ୟାରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସାଧାରଣ ଜନତା ଦସ୍ତଖତ ଦେଇଥିଲେ । ଏହି ଦସ୍ତଖତ ଅଭିଯାନରେ ଜିଲ୍ଲାର ବିଭିନ୍ନ ଅଣରାଜନୈତିକ ସଂଗଠନ ଓ ସାମାଜିକ ସଂଗଠନର ନେତୃବର୍ଗମାନେ ଏହି କାର୍ଯ୍ୟକ୍ରମରେ ଏକସ୍ୱରରେ ସାମିଲ ହୋଇଥିଲେ ଏବଂ ଏହି ଅଭିଯାନରେ ଭଦ୍ରକର ବରିଷ୍ଠ ଡ଼ାକ୍ତର ହରି ନାୟକ, ବରିଷ୍ଠ ଆଇନ୍ଜୀବୀ ଜ୍ୟୋତିକାନ୍ତ ନାୟକ,ବରିଷ୍ଠ ବୁଦ୍ଧିଜୀବୀ ସୁଧାକର ରାଉତ, ବିଜୁଜନତା ଦଳର ନେତା ପ୍ରଫୁଲ୍ଲ ନାୟକ, ସୁରଜିତ୍ ପାଲ, ପ୍ରବୀର ଜେନା, ଇଗବାଲ ଖାଁ, ଭାରତୀୟ ଜନତା ପାର୍ଟିର ନେତା ତୁଷାର ଜେନା, ଅମ୍ବିକା ଦାସ, ସୁରେଷ ସାମଲ, ରୁଷ ଭୂଷଣ ସାହୁ, ସଞ୍ଜିବ୍ ଦାସ, କଂଗ୍ରେସର ନେତା ନଳିନୀକାନ୍ତ ମହାନ୍ତି, ଆଶିଷ୍ ରାଉତ, ତପନ ନାୟକ, ନିଜର ବହୁମୂଲ୍ୟ ମତାମତ ଦେବାସହ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ । ଏହି ଅଭିଯାନରେ ରାଜ୍ୟ ଯୁବଯାଦବର ସାଧାରଣ ସଂପାଦକ ପ୍ରଦିପ୍ କୁମାର ବାରିକ, ମୁଖ୍ୟ ଉପଦେଷ୍ଟା ଅମର କୁମାର ବାରିକ, ଉପସଭାପତି ମନୋଜ ପାଣ୍ଡବ, ଲିପିକା ବାରିକ, ସାଧାରଣ ସଂପାଦକ ରାଜେନ୍ଦ୍ର ଦାସ, ଶରତ ମହାକୁଡ଼, କାହ୍ନୁ ଚରଣ ବାରିକ, ସୁଦର୍ଶନ ବାରିକ, ବାପୁଜୀ ପରିଡ଼ା ଓ ଯୁବଯାଦବ ନେତା ପ୍ରଫୁଲ୍ଲ ପୃଷ୍ଟି, ରଶ୍ମି ରଂଜନ ମହାକୁଲ ଓ ବାସୁଦେବପୁର ବ୍ଲକ ଯୁବଯାଦବ ସଭାପତି କୃଷ୍ଣ ଚନ୍ଦ୍ର ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

୧୨ ରେ କଟକ ଆସିଵେ ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ, ଵିଏସକେୱ।ଇ ର କରିଵେ ଶୁଭାରମ୍ଭ

କଟକ ସଦର, ୦୪/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଲୋକଙ୍କୁ ମାଗଣାରେ ଉନ୍ନତ ମାନର ସ୍ୱ।ସ୍ଥ୍ୟ ସେଵା ଯୋଗାଇ ଦେବାକୁ …

Leave a Reply

Your email address will not be published. Required fields are marked *