Friday , September 29 2023
Breaking News
Home / ତାଜା ଖବର / ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଆଜି ତାକୁ ଫାସି ଦଣ୍ଡାଦେଶ  ମିଳିଛି । ପ୍ରକାଶ ଯେ ଗତ  ୨୦୧୮ମସିହା ଏପ୍ରିଲ ୨୧ ତାରିଖ ରାତିରେ ଜଗନ୍ନାଥପୁର ଗ୍ରାମର ଜଣେ ୬ବର୍ଷର ନାବାଳିକା ନିକଟସ୍ଥ ଦୋକାନକୁ ସଉଦା ଆଣିବାକୁ ଯାଇଥିବାବେଳେ ସେହି ଗ୍ରାମର ମହମ୍ମଦ ମୁସ୍ତାକ୍ ସମ୍ପୃକ୍ତ ନାବାଳିକାକୁ ଚକୋଲେଟ ଦେବାପାଇଁ ଲୋଭ ଦେଖାଇ ନିକଟସ୍ଥ ଏକ ସ୍କୁଲ ବାରଣ୍ଡାକୁ ନେଇ ବଳାକ୍ରାର କରିବା ସହ ତା’ର ତଂଟି ଚିପି ସେ ମରିଯାଇଥିବା ଭାବି ମୁର୍ମୁଷୁ ଅବସ୍ଥାରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲା । ପରିବାର ଲୋକେ ଖୋଜାଖୋଜି କଲାପରେ ନାବାଳିକାକୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଚିକିତ୍ସା ପାଇଁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଥିଲା । ନାବାଳିକାକୁ ଏକ ୧୩ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରିଥିଲେ ମଧ୍ୟ ନାବାଳିକାର ମୃତୁ୍ୟ ଘଟିଥିଲା । ଏ ଘଟଣା ସେତେବେଳେ ସାଲେପୁର ସମେତ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ସାଲେପୁର ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଥିଲା । ସାଲେପୁର ଆଇ.ଆଇ.ସି. ଦେବେନ୍ଦ୍ର କୁମାର ମଲ୍ଲିକ ଘଟଣା ଘଟିବାର କିଛି ଘଂଟା ନପୁରୁଣୁ ଅଭିଯୁକ୍ତ ମୁସ୍ତାକ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ଘଟଣା ଉକ୍ତ ଦିନ ଠାରୁ ସ୍ୱତନ୍ତ୍ର ପୋସ୍କୋ ଅଦାଲତରେ ବିଚାର ଚାଲିଥିଲାବେଳେ ମାନ୍ୟବର କୋର୍ଟ ଏହି ଘଟଣାରେ ସାକ୍ଷୀପ୍ରମାଣ ଆଧାରରେ ଅଭିଯୁକ୍ତ ମୁସ୍ତାକ୍ କୁ ଗତକାଲି ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାସି ଦଣ୍ଡ ରେ ଦଣ୍ଡିତ କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *