Tuesday , November 30 2021
Breaking News
Home / ବିଶେଷ /     ଚାଉଳ ଗହମ ନପାଇ ଡ଼ିଲର ଙ୍କୁ ଘେରିଲେ ପଡ଼ିକାର୍ଡ଼ ଧାରୀ 

    ଚାଉଳ ଗହମ ନପାଇ ଡ଼ିଲର ଙ୍କୁ ଘେରିଲେ ପଡ଼ିକାର୍ଡ଼ ଧାରୀ 

ତାରପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ପୁରୁଣାବସନ୍ତ ପଂଚାୟତ ଦେଉଳିସାହିସ୍ଥିତ ଡ଼ିଲର ପଏଂଟ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ରାସନ ସାମଗ୍ରୀ ପାଇଁ ଡ଼୍ରାଫ୍ଟ କରିବା ପରେ ମଧ୍ୟ ଦାୟିତ୍ୱରେ ଥିବା ଲେବୁଲ ୨ କଂଟ୍ରାକ୍ଟର ମନମାନୀ ଯୋଗୁ  ଅଡ଼ୁଆରେ ଫସିଛନ୍ତି ଡ଼ିଲର ।  ଯାହାଫଳରେ କି ସେ ଠିକ୍ ସମୟରେ ପଡ଼ିକାର୍ଡ଼ ଧାରୀମାନଙ୍କୁ ଚାଉଳ ଓ ଗହମ ଯୋଗାଇ ପାରିନାହାନ୍ତି ।  ଫଳରେ ଡ଼ିଲର ପଏଂଟରେ ହୋ ହଲା କରିବା ସହ ଦୀର୍ଘ ସମୟ ଧରି ଡ଼ିଲରଙ୍କୁ ଘେରାଉ କରିରଖିଥିଲେ ପଡ଼ିକାର୍ଡ଼ ଧାରୀ ।  ମା ସିଦ୍ଧେଶ୍ୱରୀ ସରକାରୀ ସୁଲଭ ମୂଲ୍ୟ ଦୋକାନର ଡ଼ିଲର ଦୂର୍ଗା ଚରଣ ସାହୁଙ୍କ ଅଭିଯୋଗ ଅନୁଯାୟୀ ଗତମାସ ୨୨ ତାରିଖରେ ରାସନ ସାମଗ୍ରୀ ପାଇଁ ଟଙ୍କା ଡ଼୍ରାଫ୍ଟ ଆକରରେ ଜମା କରିଥିଲେ ।  ଏକ କାଳୀନ ୨ ମାସର ସାମଗ୍ରୀ ଦେବା ପାଇଁ ଲେବୁଲ ୨ କଂଟ୍ରାକ୍ଟର ସୌଭାଗ୍ୟ କୁମାର ହୋତା ଡ଼ିଲର ପଏଂଟକୁ ପଠାଇବା କଥା । ଆଖପାଖ ଅଂଚଳକୁ ୮ ଦିନ ତଳୁ ରାସନ ସାମଗ୍ରୀ ପଠାହେବା ଏବଂ ଲୋକ ନେଇସାରିଥିବାବେଳେ ଦେଉଳିସାହି ପଏଂଟରେ ସାମଗ୍ରୀ ପହଂଚିନାହିଁ । ଫଳରେ ରାସନକାର୍ଡ଼ଧାରୀମାନେ ଶ୍ରୀଯୁକ୍ତ ସାହୁଙ୍କ ଉପରେ ସନ୍ଦେହ ପ୍ରକଟ କରି ହୋ ହଲା କରିବା ସହ ତାଙ୍କୁ ଘେରାଉ କରି ରଖିଥିଲେ । ଏପରିକି ଗତ ୯ ମାସ କାଳ ଉକ୍ତ କଂଟ୍ରାକ୍ଟର ଡ଼ିଲରଙ୍କୁ ହଇରାଣ କରିବା, ଜାଣିଶୁଣି ବିଳମ୍ବରେ ପଠାଇବା ଓ ଟଙ୍କା ପଇସା ଦେବାର ନୀୟମ ନଥିଲେ ସୁଦ୍ଧା କୁଇଂଟାଲ ପିଛା ୪ ଟଙ୍କା କଂଟା ପଇସା ଦାବି କରୁଛନ୍ତି । ଯାହାର ପରିଣାମ ସ୍ୱରୂପ ଡ଼ିଲର ଲୋକଙ୍କ ଶିକାର ବନୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ଥିବା ପଡ଼ିକାର୍ଡ଼ଧାରୀ ମିନତୀ ଦାସ, ଛବି ନାୟକ,  ପାର୍ବତୀ ସିଂ, ସୁଲୋଚନା ସେଠୀ ପ୍ରମୁଖ କୁହନ୍ତି ଯେ ଆଖପାଖ ଗ୍ରାମରେ ଚାଉଳ ଗହମ ଦିଆସରିଥିବାବେଳେ ଆମେ ଏପର୍ଯ୍ୟନ୍ତ ପାଇନାହୁଁ । ଫଳରେ ଘରେ ପିଲା ଛୁଆ ଉପବାସରେ ରହୁଛନ୍ତି ।  ତେଣୁ ବାଧ୍ୟ ହୋଇ ଡ଼ିଲରଙ୍କ ଠାରୁ ସତ୍ୟା ସତ୍ୟ ଜାଣିବା ପାଇଁ ଆମେ ଏଠି ଜଗି ବସିଛୁ ।  ଖାଦ୍ୟ ସୁରକ୍ଷା ଯୋଜନାରେ ଗରୀବ ପରିବାରକୁ ରାସନ ଯୋଗାଇ ଦିଆଯାଉଥିବାବେଳେ  ଉକ୍ତ ଡ଼ିଲର ପଏଂଟରେ ଦେଖାଦେଇଥିବା ବ୍ୟତିକ୍ରମ ସରକାରଙ୍କୁ ବିବାଦ ଘେରକୁ ଟାଣି ଆଣୁଛି । ଏ ସମ୍ପର୍କରେ ଏମଆଇ ମୋଚିରାମ ଦାସଙ୍କୁ ପଚାରିବାରେ ଖୁବ ଶୀଘ୍ର ସାମଗ୍ରୀ ପହଂଚିବ ବୋଲି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ସହିତ ଯୋଗାଯୋଗ କରିବାରେ ଏହା ଆଦୌ ଠିକ ନୁହଁ ଏବଂ କଣ ହୋଇଛି ବୁଝୁଛି ବୋଲି ପ୍ରକାଶ କରିଥିଲେ । ତେବେ ଆଗାମୀ ୨ ଦିନ ମଧ୍ୟରେ ରାସନ ସାମଗ୍ରୀ ପ୍ରଦାନ ନକଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଲୋଚନ ଦାସ, ଅଂଜଳୀ ଦାସ, କୁନିଲତା ଦାସ, ଶଙ୍କର ଦାସ, ଗଜେନ୍ଦ୍ର ଲେଙ୍କା, ରବିନ୍ଦ୍ର ସାହୁଙ୍କ ସମେତ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ କଂଟ୍ରାକ୍ଟର ହୋତାଙ୍କ ମୋବାଇଲ ରେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍ ରିସିଭ କରିନଥିଲେ ।  ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *