କଟକ,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଆଜି ବଢ଼ିଭୋର ସମୟରେ ସିବିଆଇ ପକ୍ଷରୁ ବାରବାଟୀ ଷ୍ଟାଡ଼ିଅମ ନିକଟରେ ଥିବା ଓଡ଼ିଶା କି୍ରକେଟ ଆସୋସିଏସନ୍ (ଓସିଏ) ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଶ୍ରୀ ବେହେରାଙ୍କୁ ସିବିଆଇ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ଖବର ଅନୁସାରେ ଅର୍ଥତତ୍ୱ ଚିଟଫଣ୍ଡ ଳିଙ୍କରେ ପୂର୍ବରୁ ସିବିଆଇ ପକ୍ଷରୁ ତାଙ୍କୁ ଜେରା କରାଯାଇଥିଲା । ବର୍ତମାନ ଗିରଫ କରାଗଲା । ଅର୍ଥତତ୍ୱ ଚିଟଫଣ୍ଡ ସହିତ ବାରବାଟି ଷ୍ଟାଡ଼ିଅମ ର କାରବାରକୁ ନେଇ ଗତ ୨୦୧୪ ରୁ ଆରମ୍ଭ ହୋଇଥିବା ମାମଲା ର ଆଜି ଆକସନ୍ ଆରମ୍ଭ କରିଛି ସିବିଆଇ । ତେବେ ଆସନ୍ତା ୨୭ ତାରିଖରେ ଓସିଏ ର ନିର୍ବାଚନ ଥିବାରୁ ଷଢ଼ଯନ୍ତ୍ର କରାଯାଇ ତାଙ୍କ ପିତାଙ୍କୁ ଗିରଫ କରାଯାଇଥିବା ଆଶିର୍ବାଦଙ୍କ ପୁଅ ସଂଜୟ ବେହେରା କହିଛନ୍ତି । ଶ୍ରୀ ବେହେରାଙ୍କ ସହିତ ଜଣେ ହୋଟେଲ ମାଲିକ କମଳାକାନ୍ତ ଦାସ ଙ୍କୁ ମଧ୍ୟ ଗିରଫ କରାଯାଇଛି । ଓଡ଼ିଶା ସମାଚାର