ଗରଦପୁର ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଖାଦ୍ୟ ସାମଗ୍ରୀ ବଂଟନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ ପରେ ରାଶନ କାର୍ଡ ହିତାଧିକାରୀମାନଙ୍କ ମଧ୍ୟରେ ଛନ୍କା ଭାବ ସୃଷ୍ଟି ହୋଇଛି । ଏ ଦିଗରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମୟ ପୂରିବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି । ଏହି ସମୟ ମଧ୍ୟରେ ଆଧାର ସଂଯୋଗ କରାଯାଇ ନ ପାରିଲେ ହିତାଧିକାରୀମାନଙ୍କୁ କଂଟ୍ରୋଲ ସାମଗ୍ରୀ ମିଳିବାରୁ ବାଦ୍ ପଡିବେ ବୋଲି ଯୋଗାଣ ବିଭାଗ ପକ୍ଷରୁ ନିୟମ ରହିଛି । ଯୋଗାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଧାର ସଂଯୋଗ କାର୍ଯ୍ୟ ଚଳିତ ସେପ୍ଟମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଷ୍ୟ ରଖାଯାଇଛି । ରାଶନ୍ କାର୍ଡରେ ଆଧାର ସଂଯୋଗ କାର୍ଯ୍ୟ କରାଯିବା ପରେ ସରକାରଙ୍କ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ଯୋଗାଣ ବିଭାଗ ପକ୍ଷରୁ ଜଣାଯାଇଛି । ଏଭଳି ସରକାରୀ ନିର୍ଦ୍ଧେଶ ମିଳିବା ପରେ ଗରଦପୁର ବ୍ଲକର ଯୋଗାଣ ବିଭାଗ ପକ୍ଷରୁ ଆଧାର ସଂଯୋଗ ପାଇର୍ଁ ତପôରତା ପ୍ରକାଶ ପାଇଥିଲା । ଶତପ୍ରତିଶତ ରାସନ୍ କାର୍ଡ ସହିତ ଆଧାର ସଂଯୋଗ କରାଯିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।ଏହି ବ୍ଲକ ଅଂଚଳରେ ଆଜି ସୁଦ୍ଧା ଶତକଡା ୯୬ ଭାଗ ରାଶନ୍ କାର୍ଡରେ ଆଧାର ସଂଯୋଗ କରାଯାଇଥିବା ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ଜଣାଯାଇଛି । ଏହି କାର୍ଯ୍ୟ ପାଇଁ ପୂର୍ବରୁ ପ୍ରଚାର ମାଧ୍ୟମରେ ଖାଉଟିମାନଙ୍କ ମଧ୍ୟରେ ଜନସଚେତନତା କରାଯାଇଥିଲା । ଗତ ୨୦୧୫ ଡିସେମ୍ବର ମାସ ଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ ହୋଇଛି ।୨୦୧୧ଜନଗଣନା ଆଧାରରେ ଗରଦପୁର ବ୍ଳକରେ ମୋଟ ୨୭ ହଜାର ପରିବାର ମଧ୍ୟରୁ ୨୨ହଜାର ୬ଶହ୧୬ ପରିବାରକୁ ଜାତୀୟ ଖାଦ୍ୟ ନିରାପତା ଯୋଜନାରେ ସାମିଲ କରାଯାଇଛି । ସେଥି ମଧ୍ୟରୁ ୨୨ହଜାର ୪୨୧ ପରିବାରମାନଙ୍କର ଆଧାର ସଂଯୋଗ କରାଯାଇଛି । ଯାହା ଫଳରେ ଏହି ପରିବାରରେ ଥିବା ମୋଟ ୮୩ ହଜାର୨୨୪ ଜଣ ଲୋକମାନେ ଏହି ଯୋଜନାରେ ଉପକୃତ ହୋଇପାରିବେ । ବର୍ତର୍ମାନ ସୁଦ୍ଧା ଅବଶିଷ୍ଟ ୧୯୫ ପରିବାର ଆଧାର ସଂଯୋଗ କରି ନାହାଁନ୍ତି । ଏହି ପରିବାରମାନଙ୍କର ରାଶନ୍ କାର୍ଡରେ ଆଧାର ସଂଯୋଗ କରାଯାଇ ନ ପାରିଲେ ଏହି ପରିବାରରେ ଥିବା ମୋଟ ୩ ହଜାର୫ଶହ ଲୋକମାନେ ରାଶନ ସମାଗ୍ରୀ ପାଇବାରୁ ବାଦ୍ ପଡିବେ ବୋଲି ଯୋଗାଣ ବିଭାଗ ସମିକ୍ଷାରୁ ଜଣାଯାଇଛି । ରାଶନ୍ କାର୍ଡଧାରୀମାନଙ୍କୁ ମାସିକ ଗହମ ଓ ଚାଉଳ ଯୋଗାଇ ଦିଆଯାଉଛି । କାର୍ଡ ପିଛା କିରୋସିନ ମଧ୍ୟ ମିଳୁଛି । ଆରମ୍ଭରୁ କେନ୍ଦ୍ର ସରକାର ରାଶନ କାର୍ଡ ସହିତ ଆଧାର ସଂଯୋଗକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ମାତ୍ର କେତେକ କାରଣରୁ ଏହା ଧିମେଇ ଯାଇଥିଲା । ଭୁତ ହିତାଧିକାରୀମାନଙ୍କୁ ଧରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଶନ କାର୍ଡ ସହିତ ଆଧାର କାର୍ଡ ସଂଯୋଗ କରିବା ଏକ ବଳିଷ୍ଠ ମାଧ୍ୟମ ବୋଲି ଗ୍ରହଣ କରି ଆସୁଛନ୍ତି । ଏ ଦିଗରେ ସରକାର କଡା ଆଭିମୂଖ୍ୟ ଗ୍ରହଣ କରିଛନ୍ତି । ଫଳରେ ଶତପ୍ରତିଶତ ଆଧାର ସଂଯୋଗକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘନ ଘନ ବୈଠକ ବସୁଛି । ଏହି ବ୍ଳକରେ ରାଶନ କାର୍ଡ ଧାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ପାଇଁ ବିଭିନ୍ନ ପଂଚାୟତମାନଙ୍କରେ ପ୍ରଚାର ଗାଡି ବୁଲୁବା ସହିତ ଗାଁ ଗହଳି ମାନଙ୍କରେ ଥିବା ରିଟେଲର କେନ୍ଦ୍ରମାନଙ୍କରେ ପୋଷ୍ଟର ଓ ବ୍ୟାନର ଟଙ୍ଗା ଯାଇ ସଚେତନତା କରାଯାଇଥିଲା । ଏ ଦିଗରେ ଗରଦପୁର ବ୍ଳକର ଯୋଗାଣ ନିରିକ୍ଷକ ପ୍ରଦୀପ୍ କୁମାର ଭଟ୍ଟଙ୍କୁ ପଚାରିବାରେ ସେ କହନ୍ତି ଯେ, ଆଧାର ସଂଯୋଗ ହୋଇ ନ ଥିବା ରାଶନ କାର୍ଡଧାରୀମାନଙ୍କୁ ଆସନ୍ତା ୩୦ ତାରିଖ ମଧ୍ୟରେ ଆଧାର ସଂଯୋଗ କରାଇ ନେବା ପାଇଁ ପ୍ରଶାସନଙ୍କ ପକ୍ଷରୁ ସୁଯୋଗ ଦିଆଯାଇଛି । ଓଡ଼ିଶା ସମାଚାର
Check Also
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …