ମହାକାଳପଡା,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଇଫକୋ-ଆଇଏଫଏଫଡିସି ମିଳିତ ସହଯୋଗରେ ଆଜି କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଉଳକଣୀ ପଂଚାୟତର ଲୁଣାଘେରୀ ଗ୍ରାମରେ ଏକ ମାଗଣାରେ ଗୋ-ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚିକିତ୍ସା ଶବିରରେ ଗ୍ରାମର ଶତାଧିକ ଗାଈ, ବାଛୁରୀ, ବଳଦ, ଛେଳି, ମେଣ୍ଢା ଆଦି ଗୃହପାଳିତ ପ୍ରାଣୀମାନଙ୍କୁ ଚିକିତ୍ସା କରାଯାଇ ଆବଶ୍ୟକ ଔଷଧପତ୍ର ମାଗଣାରେ ବନ କରାଯାଇଥିଲା । ଗୃହ ପାଳିତ ପ୍ରାଣୀମାନଙ୍କୁ ପ୍ରତିଷେଧକ ଟୀକା ପ୍ରଦାନ କରାଯାଇଥିଲା । ମହାକଳପଡା ପ୍ରାଣୀ ଚିକତ୍ସା କେନ୍ଦ୍ରର ପ୍ରାଣୀ ଚିକିତ୍ସକ ଡଃ.ସ୍ମୃତି ରଂଜନ ରାଉତ ଉପସ୍ଥିତ ରହି ପ୍ରାଣୀମାନଙ୍କୁ ଚିକିତ୍ସା କରାଇଥିଲେ । ଆଇଏଫଏଫଡିସି ର ରାଜ୍ୟ ସଂଯୋଜକ ତନବିର ନାଶିକ୍ ଖାନ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିରରେ କେନ୍ଦ୍ରପଡା ଜିଲା ଆଇଏଫଏଫଡିସି ର କ୍ଷେତ୍ର ଅଧିକାରିଣୀ ଗିତାଞ୍ଜିଳୀ ପାଇଟାଳ ଓ ଅଜୟ କୁମାର ବଳବନ୍ତରାୟ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଓଡ଼ିଶା ସମାଚାର