Thursday , October 21 2021
Breaking News
Home / ବିଶେଷ / ସାଲେପୁରରେ ବିଶ୍ୱକର୍ମା ପୂଜା

ସାଲେପୁରରେ ବିଶ୍ୱକର୍ମା ପୂଜା

ସାଲେପୁର, ୧୮/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ଅକ୍ଷିଳ ବିଶ୍ୱର ନିର୍ମାଣ କର୍ତା ଦେବ ଶିଳ୍ପୀ ବିଶ୍ୱକର୍ମା ଦେବଙ୍କ ପୂଜା ଉସôବ ସାଲେପୁରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱକର୍ମା ଶିଳ୍ପ ଜଗତର ଶ୍ରଷ୍ଟା ଅଟନ୍ତି । ତେଣୁ ସାଲେପୁର ଅଂଚଳରେ ଥିବା ଶିଳ୍ପକଳା , କଳକାରଖାନା, ଯାନ୍ତ୍ରୀକ ଶିକ୍ଷାନୁଷ୍ଠାନ, ଗ୍ୟାରେଜ, କଳ, ଗାଡ଼ି ଇତ୍ୟାଦି ବିଧିବିଧାନରେ ପୂଜା କରାଯାଇଥିଲା । ଏହି ଦିନଟି ବିଶ୍ୱକର୍ମାଙ୍କ ଜନ୍ମଦିନ ହୋଇଥିବାରୁ ଶିଳ୍ପୀ କାରୀଗରମାନେ ଏକତ୍ରୀତ ହୋଇ ବିଶ୍ୱକର୍ମାଙ୍କ ପୂଜା ଉପାସନା ପାଳନ କରି ସମସ୍ତଙ୍କ ମଧ୍ୟରେ ସୈାହାର୍ଦ୍ଧ୍ୟ ପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା । ସାଲେପୁରରେ ଥିବା ସେସୁ କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜା ବେଶ୍ ଯାକଜମକରେ ହୋଇଛି । ସେହିପରି ଯାନ୍ତ୍ରୀକ ଅନୁଷ୍ଠାନ ସାରସ୍ୱତ ଆଇ.ଟି.ଆଇ, ନବପ୍ରଭାତ ଆଇ.ଟି.ଆଇ, ଅନନ୍ତ ଆଇ.ଟି.ଆଇ, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ, ସାଲେପୁର ସହରରେ ଥିବା ଅଟୋ ଷ୍ଟାଣ୍ଡ , ଟ୍ୟାକ୍ସି ଷ୍ଟାଣ୍ଡ, ୪୦୭ ଷ୍ଟାଣ୍ଡରେ ଅସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଇ ଦେବଶିଳ୍ପୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସାଲେପୁର ସହରାଳ ଓ ଗ୍ରାମାଳରେ ଥିବା ଯାନ୍ତ୍ରୀକ ଦୋକାନ, କଳଘର ଇତ୍ୟାଦିରେ ପୂଜାଉସôବ ଅନୁଷ୍ଠିତ ହୋଇଯାଇଛି । ସଂନ୍ଧ୍ୟାରେ ଏକାଧିକ ସ୍ଥାନରେ ସଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କଟକ ସଦର, ୨୦/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ଫିକା …

Leave a Reply

Your email address will not be published. Required fields are marked *