କେନ୍ଦ୍ରାପଡା,୧୮/୦୯/୨୦୧୯(ଓଡ଼ିଶା ସମାଚାର)- ସ୍ୱର୍ଗତ ଧ୍ରୁର୍ବ ଚରଣ ଓଝାଙ୍କ ଦ୍ୱାଦଶାହ ତିଥିରେ ତାଙ୍କର ସ୍ମୃତି ଉଦ୍ଧେଶ୍ୟରେ ତାଙ୍କ ଗ୍ରାମ ଦୁତିଆଳଠାରେ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପଣ୍ଡିତ ପ୍ରତାପ କୁମାର ପତି ଗୀତା ପାଠ କରିଥିଲେ । ସ୍ମୃତିଚାରଣ କରି ବକ୍ତାମାନେ ଧ୍ରୁବ ଓଝା ଜଣେ କର୍ମଠ ଏବଂ ଗାଁ କମାର ସାଳରୁ ଗୋପଛକଠାରେ ଏକ ଫ୍ୟାବି୍ରକେସନ୍ ୟୁନିଟ୍ ଗଠନ କରି ଅନେକ ନିଯୁକ୍ତି ପ୍ରଦାନ କରିଛନ୍ତି । ନିଜ ଗ୍ରାମରେ ଅନେକ ଧର୍ମାନୁଷ୍ଠାନ ସହିତ ତାଙ୍କର ସଂପୃକ୍ତି ଥିଲା ଏବଂ ସେ ଲୋକମାନଙ୍କ ସହିତ ମିଳିମିଶି ସାଧାରଣ କାର୍ଯ୍ୟ କରୁଥିଲେ । ସେହି ସଭାରେ ବ୍ଲକ ଅଧ୍ୟକ୍ଷ ଅନାମ ବଂଧୁ ଧଳ, ବ୍ରଜକିଶୋର ବିଶ୍ୱାଳ, ରାମଚନ୍ଦ୍ର ବାରିକ, ଯଦୁନାଥ ବାରିକ, ସୁନାକର ବେହେରା, ତୋଫାନ୍ ଓଝା, ଅଲେଖ ଚନ୍ଦ୍ର ରାଉତ, ରାଜକୁମାର ବିଶ୍ୱାଳ, କରୁଣାକର ଦାସ, ଭୁବନମୋହନ ଜେନା, ରାଜକିଶୋର ମହାନ୍ତି, ବ୍ରଜକିଶୋର ମହାରଣା, ଦେବାଶିଷ ଦାସ, ନାରଦ ଚନ୍ଦ୍ର ବିଶ୍ୱାଳ, କରୁଣାକର ଦାସ, ବୈଷ୍ଣବ ଚରଣ ସ୍ୱାଇଁ, କୃତିବାସ ସ୍ୱାଇଁ, ପରମେଶ୍ୱର ଓଝା, ରାଜକିଶୋର ନାୟକ,ରୋଜାଲିନ୍ ଓଝା, ବାନାମ୍ବର ସାହୁ ପ୍ରମୁଖ ସ୍ମୃତିଚାରଣ କରି ତାଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ପୁତ୍ର ମିଲନ୍ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର