ନିରାକାରପୁର, ୧୮/୦୯/୨୦୧୯(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ପାଖଆଖ ଅଂଚଳରେ ବିଶ୍ୱକର୍ମା ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଅଂଚଳର ବିଭିନ୍ନ କଳକାରଖାନ,ଶିଳ୍ପ ଅନୁଷ୍ଠାନ,ବୈଷୟିକ ଅନୁଷ୍ଠାନମାନଙ୍କରେ ବିଶ୍ୱ ନିର୍ମାତା ପ୍ରଭୁ ବିଶ୍ୱକର୍ମାଙ୍କ ପ୍ରତିମୂର୍ତି ପ୍ରତିଷ୍ଠାକରି ପ୍ରତିଷ୍ଠାନର କର୍ମକର୍ତା ଓ କର୍ମଚାରୀମାନେ ନୂଆ ବସ୍ତ୍ର ପରିଧାନ କରି ପୂଜାଅର୍ଚ୍ଚନା କରିଛନ୍ତି । ମଳିପଡ଼ା ବିଦ୍ୟୁତ ବିଭାଗରେ କନିଷ୍ଠଯନ୍ତ୍ରୀ ପ୍ରବୀର ରଣସିଂହ, ସୋମନାଥ ବେହେରା ଓ ସନ୍ତୋଷ ସୁନ୍ଦରାୟ ପ୍ରମୁଖଙ୍କ ସମେତ ସମସ୍ତ କର୍ମଚାରୀ ପୂଜାରେ ଉପସ୍ଥିତ ଥିଲେ । ସେହିପରି ଜଙ୍କିଆ ଓ ନିରାକାରପୁର ବିଦ୍ୟୁତ ବିଭାଗରେ ସେସୁ ଏସଡ଼ିଓ ପ୍ରତ୍ୟୁଷ ରଞ୍ଜନ ସାହୁ,ଫେଡ଼କୋ ଏସଡ଼ିଓ ଦିବାକର ସାହୁ, ନିରାକାରପୁର କନିଷ୍ଠଯନ୍ତ୍ରୀ ଗୈାରାଙ୍ଗ ମଣ୍ଡଳ, ବିଭୁ ସାମନ୍ତରାୟ ପ୍ରମୁଖଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ବିଶ୍ୱକର୍ମାଙ୍କ ପୂଜା ଅର୍ଚ୍ଚନା କରିବା ସହ ପ୍ରସାଦ ସେବନ କରିଥିଲେ । ସ୍ଥାନୀୟ ସାଥୀ ନର୍ସିଂ ହୋମରେ ମଧ୍ୟ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସମାଚାର