Monday , December 5 2022
Breaking News
Home / ବିଶେଷ / ସଦର ଥାନାରେ ନୂତନ ଇନିସପେକ୍ଟର ପ୍ରମୋଦ ମଲ୍ଲିକଙ୍କ ଯୋଗଦାନ

ସଦର ଥାନାରେ ନୂତନ ଇନିସପେକ୍ଟର ପ୍ରମୋଦ ମଲ୍ଲିକଙ୍କ ଯୋଗଦାନ

କେନ୍ଦ୍ରାପଡା ୧୮/୦୯/୨୦୧୯(ଓଡ଼ିଶା ସମାଚାର)- ସଦର ଥାନାର ଭାରପ୍ରାପ୍ତ ଇନିସପଡେକ୍ଟର ମହେଶ୍ୱର ସେଠୀଙ୍କୁ ଏନର୍ଜୀ ଥାନାକୁ ଭାରପ୍ରାପ୍ତ ଅଧିକାରୀ ଭାବେ ବଦଳି କରାଯାଇଥିବା ବେଳେ ଡିଆଇବି ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କୁ ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଭାବେ ମଙ୍ଗଳବାର କେନ୍ଦ୍ରାପଡା ଏସପି ବଦଳି କରିଥିଲେ । ବୁଧବାର ଅପରାହ୍ନରେ ଇନିସପେକ୍ଟର ଶ୍ରୀ ମଲ୍ଲିକ ସଦର ଥାନାରେ ଭାରପ୍ରାପ୍ତ ଇନିସପେକ୍ଟର ଭାବେ ଯୋଗଦେଇଥିବା ଜଣାପଡିଛି । ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଜନସାଧାରଣଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ପୋଲିସ ପ୍ରତି ସେମାନଙ୍କ ମନୋଭାବରେ ପରିବର୍ତନ ଅଣାଯିବାର ପ୍ରୟାସ କରାଯିବ ଯେଭଳି ପୋଲିସକୁ ଜନସାଧାରଣ ବନ୍ଧୁ ଭାବରେ ଗ୍ରହଣ କରିପାରିିବେ ବୋଲି ନୂତନ ଥାନା ଅଧିକାରୀ ଶ୍ରୀ ମଲ୍ଲିକ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.