କେନ୍ଦ୍ରାପଡ଼ା, ୧୮/୦୯/୨୦୧୯(ଓଡ଼ିଶା ସମାଚାର)- ବୁଧବାର ସ୍ପଷ୍ଟ ଦିବାଲୋକରେ ଦୁର୍ବୃତଙ୍କ ଗୁଳିମାଡ଼ରେ ଜଣେ ଔଷଧ ଦୋକାନୀ ଙ୍କର ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ମାର୍ଶାଘାଇ ଥାନା ଅନ୍ତର୍ଗତ ମଣିକୁଣ୍ଡା ଗ୍ରାମର ଗଗନ ସାହୁ ଏକ ବାଇକ୍ ରେ ତାଙ୍କ ଔଷଧ ଦୋକାନକୁ ଯାଉଥିବାବେଳେ ହାତିଆ ଗାଁ ନିକଟରେ ଏକ ବାଇକ୍ ରେ ଦୁଇ ଜଣ ଦୁର୍ବୃତ ଆସି ଗଗନ ଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ଗୋଟିଏ ଗୁଳି ତାଙ୍କ ମୁଣ୍ଡରେ ବାଜିଛି । ଗୁଳିମାଡ଼ ଖାଇ ସେ ସେଠାରେ ଟଳିପଡ଼ି ଛଟପଟ ହେଉଥିଲେ । ପାଖ ଗାଁ ର ଲୋକମାନେ ତାଙ୍କୁ ଶଙ୍କଟାପନ୍ନ ଅବସ୍ଥାରେ ତୁରନ୍ତ କେନ୍ଦ୍ରାପଡ଼ା ଜିଲା ହସପିଟାଲକୁ ନେଇଥିଲେ । କିନ୍ତୁ ହସପିଟାଲରେ ପହଂଚିବାବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ହସପିଟାଲ ରେ ପହଂଚିବାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗଗନଙ୍କର ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହେବା ପରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ ଓ ଉତେଜନା ପ୍ରକାଶ ପାଇଥିଲା । ଏସଡ଼ିପିଓ ରାଜୀବ ଲୋଚନ ପଣ୍ଡା ପୁଲିସ ଫୋର୍ସ ସହିତ ପହଂଚି ପରିସ୍ଥିତିକୁ ଆୟତକୁ ଆଣିଥିଲେ । ଓଡ଼ିଶା ସମାଚାର
