Monday , January 24 2022
Breaking News
Home / ବିଶେଷ / ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ମାଗଣା ଆୟୁର୍ବେଦିକ ପରାମର୍ଶ

ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ମାଗଣା ଆୟୁର୍ବେଦିକ ପରାମର୍ଶ

ଭୁବନେଶ୍ୱର ,୧୮/୦୯/୨୦୧୯(ଓଡ଼ିଶା ସମାଚାର)-ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜୟନ୍ତୀ ଅବସରରେ ଜିଭା ଆୟୁର୍ବେଦର ନିର୍ଦେଶକ ତଥା ପ୍ରତିଷ୍ଠାତା ଡକ୍ଟର ପ୍ରତାପ ଚୌହ୍ୱାନ ଭୁବନେଶ୍ୱରର ରାଜ୍ୟ ସୂଚନା ଭବନ, ଜୟଦେବ ଭବନରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଅନୁଗାମୀମାନଙ୍କୁ ସମ୍ବୋଧିତ କରିଥିଲେ । ରାଜଧାନୀରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ୮୦୦ରୁ ଅଧିକ ବ୍ୟକ୍ତିଙ୍କୁ ଶ୍ରୀ ଚୌହ୍ୱାନ ଅଭିଭାଷଣ ଦେଇଥିଲେ । ସେ ସତ୍ସଙ୍ଗ ଅନୁଷ୍ଠାନର ଅବଦାନ ସମ୍ପର୍କରେ ବିସ୍ତାର ସହ ବର୍ଣ୍ଣନା କରିଥିଲେ ଏବଂ ଆଧ୍ୟାତ୍ମିକତାର ଜ୍ୱଳନ୍ତ ଉଦାହରଣ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କୁ ନିଜର ଭକ୍ତିପୂର୍ଣ ଶ୍ରଦ୍ଧାଳି ଜ୍ଞାପନ କରିଥିଲେ । ଅପରାହ୍ନରେ ଡକ୍ଟର ଚୌହ୍ୱାନ ଜିଭା କ୍ଲିନିକରେ ଅନ୍ୟ ଡାକ୍ତରମାନଙ୍କ ସହ ସତସଙ୍ଗ ଅନୁଷ୍ଠାନର ମାନ୍ୟଗଶ୍ୟ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟଗତ ପରାମର୍ଶ ଦେବା ସହ ଔଷଧ ପ୍ରଦାନ କରିଥିଲେ । ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନର ଦୀନଦୟାଲ୍ ଭବନରେ ଥିବା ଜିଭା ଆୟୁର୍ବେଦିକ କ୍ଲିନିକରେ ମଧ୍ୟ ସେ ରୋଗୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ବିଗତ ଏକ ବର୍ଷ ଧରି ଜିଭା ଆୟୁର୍ବେଦ ଭୁବନେଶ୍ୱର ଏବଂ ସମଗ୍ର ଓଡ଼ିଶାବାସୀଙ୍କୁ ଆୟୁର୍ବେଦ ଚିକିତ୍ସା, ଔଷଧ ତଥା ସାଧାରଣ ସ୍ୱାସ୍ଥ୍ୟଗତ ପରାମର୍ଶ ଯୋଗାଇ ଆସିଛି । ଓଡ଼ିଶା ସମାଚାର

About admin

Check Also

ସ୍ଵାଧୀନ ପ୍ରାର୍ଥି  ନାରାୟଣ ଭୋଇଙ୍କ ନାମାଙ୍କନ

କଟକ,୨୩/୧/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥି  ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ …

Leave a Reply

Your email address will not be published. Required fields are marked *