ସାଲେପୁର, ୧୮/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ କୋମଳମତି ଶିଶୁମାନେ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହୋଇ ଅଧିକ ସଂଖ୍ୟାରେ ଯେପରି ବିଦ୍ୟାଳୟକୁ ଆସନ୍ତି ସେ୍ôପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନଙ୍କୁ ଡ଼୍ରେସ ଯୋତା ସମେତ ବହୁ ସରକାରୀ ପ୍ରୋସôାହନ ଯୋଗାଇ ଦେବା ସହ ସମସ୍ତ ଶିକ୍ଷାକେନ୍ଦ୍ର ଗୁଡ଼ିକୁ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରିଥିବା ବେଳେ ସାଲେପୁର ଶିକ୍ଷା ଜିଲ୍ଲାର ଜଣେ ଶିକ୍ଷୟିତ୍ରୀ ଛାତ୍ରମାନଙ୍କୁ ୪ଶହ ଥର ଉଠବସ କରାଇଥିବାରୁ ଜଣେ ଛାତ୍ର ସଜ୍ଞାହୀନ ହୋଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସôା ହେଉଥିବା ବେଳେ ଅନ୍ୟ ଛାତ୍ରମାନେ ବିଦ୍ୟାଳୟକୁ ଯିବା ପାଇଁ ଭୟ କରୁଥିବା ଛାତ୍ର ଅଭିଭାବକମାନେ ଆଜି ମଣ୍ଡଳ ଶିକ୍ଷାଜିଲ୍ଲା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ମହାସିଂହପୁର ନୋଡ଼ାଲ ସ୍କୁଲର ଶିକ୍ଷୟିତ୍ରୀ ଆଲୋକପ୍ରଭା ପଟ୍ଟନାୟକ ଗତ ୭ ତାରିଖରେ ବିଦ୍ୟାଳୟର ଛାତ୍ରମାନଙ୍କୁ ରଚନା ଖାତା ଦେଖିବା ପାଇଁ ମାଗିଥିଲେ । ଜଣେ ଛାତ୍ରକୁ ଛାଡ଼ି ଦେଲେ ଅନ୍ୟ ଛାତ୍ରମାନେ ରଚନା ଖାତା ଦେଖାଇ ନ ପାରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଅନ୍ୟ ଛାତ୍ରମାନଙ୍କୁ ୪ଶହ ଥର ଲେଖାଏଁ କାନ ଧରି ବସଉଠ କରାଇଥିଲେ । ଏଥିରେ ୬ଷ୍ଠ ଶ୍ରେଣୀ ଛାତ୍ର ସୈାମ୍ୟ ରଂଜନ ଜେନା ସଜ୍ଞାହୀନ ହୋଇଯିବାରୁ ତାଙ୍କ ପରିବାର ଲୋକ ତାକୁ ଚିକିସôା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେହିପରି ଲୋହିତ ସାଗର ପୁଝାରୀ, ଅମରେଶ ମହାପାତ୍ର, ଜୀବନଜ୍ୟୋତି ନାୟକ ସମେତ ୧୦ଜଣ ଛାତ୍ର ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ରକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ଜଣାଯାଇଛି । ଏ ସମ୍ପର୍କରେ ଛାତ୍ର ଅଭିଭାବକମାନେ ବିଦ୍ୟାଳୟର ମୁଖ୍ୟଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ସେ ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ଅଭିଭାବକମାନେ ଆଜି ସାଲେପୁର ମଣ୍ଡଳ ଶିକ୍ଷାଜିଲ୍ଲା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ ହେଲା ପରେ ସି.ଆର.ସି.ସି. ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ଚାପ ପକାଇ ଛାତ୍ର ଅଭିଭାବକମାନଙ୍କୁ ଡ଼ାକି ଏହି ଘଟଣାକୁ ଆପୋଷ ସମାଧାନ କରିବା ପାଇଁ ଉଦ୍ୟମ ଚଳାଉଥିବା ଜଣାପଡ଼ିଛି ।
ଏ ସଂପର୍କରେ ସାଲେପୁର ମଣ୍ଡଳ ଶିକ୍ଷାଅଧିକାରୀ ପ୍ରେମଲତା ନାୟକଙ୍କୁ ପଚାରିବାରୁ ସେ କହିଲେ ଯେ ଏ ସଂପର୍କରେ ଅଭିଯୋଗ ମୁଁ ପାଇଛି । ଏ ଘଟଣାର ସତ୍ୟାସତ୍ୟ ତଦନ୍ତ କରିବା ପାଇଁ ଅତିରିକ୍ତ ମଣ୍ଡଳ ଶିକ୍ଷାଅଧିକାରୀ ଜଗବନ୍ଧୁ ଶତପଥୀଙ୍କୁ ଦାୟିତ୍ୱ ଦେଇଛି । ତଦନ୍ତର ସତ୍ୟାସତ୍ୟ ଜଣାପଡ଼ିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଏ ଘଟଣାର ଅଧିକ ସତ୍ୟାସତ୍ୟ ଜାଣିବା ପାଇଁ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଜଗବନ୍ଧୁ ଶତପଥୀଙ୍କ ସହିତ ଯୋଗଯୋଗ କରିବାରୁ ସେ କହିଲେ ଘଟଣା ସତ୍ୟ , ଘଟଣାର ଆପୋଷ ସମାଧାନ ହୋଇଯାଇଛି । ଏଠାରେ ପ୍ରକାଶଯୋଗ୍ୟ ଯେ ସରକାର ସମଗ୍ର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଂଚଳ ବୋଲି ଘୋଷଣା କରିଥିବା ବେଳେ ଜଣେ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଦଣ୍ଡ ଦେବା ଓ ଏହାକୁ ଆପୋଷ ସମାଧାନ କରିବା କେତେଦୁର ଯଥାର୍ଥ ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ସମାଚାର