Thursday , October 21 2021
Breaking News
Home / ବିଶେଷ / ବନ୍ଦର ଚିକିତ୍ସାଳୟ ପକ୍ଷରୁ ସ୍ୱଚ୍ଛତା ପାଖୱାଡା କାର୍ଯ୍ୟକ୍ରମ

ବନ୍ଦର ଚିକିତ୍ସାଳୟ ପକ୍ଷରୁ ସ୍ୱଚ୍ଛତା ପାଖୱାଡା କାର୍ଯ୍ୟକ୍ରମ

ପାରାଦ୍ୱୀପ,୧୮/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟ ର ମୁଖ୍ୟ ଚିକିତ୍ସାଧିକାରୀ ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱ ଓ ତତ୍ୱାବଧାନରେ ‘ସ୍ୱଚ୍ଛତା ପାଖୱାଡା’ କାର୍ଯ୍ୟକ୍ରମ ଚିକିତ୍ସାଳୟ ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଅଛି । ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ପରିପ୍ରେକ୍ଷୀରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିେଙ୍କଶ ରଏଙ୍କ ତତ୍ୱାବଧାନରେ ବନ୍ଦରର ବିଭିନ୍ନ ବିଭାଗ ପକ୍ଷରୁ ‘ସ୍ୱଚ୍ଛତା ପାଖୱାଡା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ତେବେ ସମସ୍ତ ବିଭାଗ ମଧ୍ୟରୁ ବନ୍ଦର ଚିକିତ୍ସା ବିଭାଗ ଏହି କାର୍ଯ୍ୟକ୍ରମ ନିୟମିତ ଅନ୍ତରରେ କରୁଛି ଏବଂ ସ୍ୱଚ୍ଛତା, ଡେଙ୍ଗୁ ଓ ଅନ୍ୟାନ୍ୟ ସଂକ୍ରମଣକାରୀ ବିଷୟରେ ସାଧାରଣରେ ସଚେତନତା କରାଇ ଚିକିତ୍ସାଳୟ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରୁଅଛି । ଏଥିରେ ଚିକିତ୍ସାଳୟ ର ବହୁ କର୍ମଚାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା । ଶ୍ରୀ ପଣ୍ଡା ଯୋଗଦେବା ଦିନ ଠାରୁ ବନ୍ଦର ଚିକିତ୍ସାଳୟର ମାନଚିତ୍ରକୁ ପରିବର୍ତନ କରି ରଚିଛନ୍ତି ନୂତନ ଇତିହାସ । ଅତ୍ୟାଧୁନିକ ଯନ୍ତ୍ରପାତି ସହ ଷ୍ଟାପ୍ ମାନଙ୍କୁ ସ୍ୱଚ୍ଛତା ଉପରେ ସଚେତନ କରାଇବା ସହ ରୋଗୀ ସେବାରେ ଯେପରି ଅବହେଳା ନହୁଏ ସେଥିପାଇଁ ସେ ସତର୍କ କରାଇଦେଇଛନ୍ତି । ନିଜେ ତଦାରଖ କରିବା ସହ ଡିଟିକୁ ନିଦିଷ୍ଟ ସମୟରେ ନିଜେ ଆସିବା ସହ ରୋଗୀ ସେବାରେ ନିଜକୁ ସମର୍ପିତ କରିଦେଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ମଳିବାରେ ଲାଗିଛି । ତାଙ୍କୁ ଏ ବିଷୟରେ ପଚାରିବାରୁ ସେ ହସି ହସି କୁହନ୍ତି ସବୁ ଠାକୁରଙ୍କ ଇଚ୍ଛା । ଛଚ୍ଛାଶକ୍ତି ଦୃଢ ଥିଲେ ଅସାଧ୍ୟ ଜିନିଷ ସାଧନ କରିବା କିଛି ବିଚିତ୍ର କଥା ନୁହେଁ ବୋଲି କହିବା ସହ ସେ ସମସ୍ତଙ୍କ ସହଯୋଗ ଯୋଗୁଁ ଆଜି ସବୁକାର୍ଯ୍ୟ ସମ୍ଭବ ହୋଇପଡୁଛି । ଓଡ଼ିଶା ସମାଚାର

About admin

Check Also

କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କଟକ ସଦର, ୨୦/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ଫିକା …

Leave a Reply

Your email address will not be published. Required fields are marked *