Tuesday , October 26 2021
Breaking News
Home / ବିଶେଷ / ନୂଆଦିଲ୍ଲୀରେ ଜୁହାର ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ

ନୂଆଦିଲ୍ଲୀରେ ଜୁହାର ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ

ବ୍ୟସ୍ତତା ମଧ୍ୟରେ ନିଜର କଳା ଓ ସଂସ୍କୃତି ପାଇଁ ସମୟ ଦେବା ପ୍ରଶଂସନୀୟ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ / ଭୁବନେଶ୍ୱର ,୧୮/୦୯/୨୦୧୯(ଓଡ଼ିଶା ସମାଚାର)- ବ୍ୟସ୍ତବହୁଳ ଜୀବନ ଭିତରୁ ନିଜର କଳା, ସଂସ୍କୁତି, ସଂସ୍କାରକୁ ନୂଆ ପୀଢିଙ୍କ ପାଖରେ ପହଁଚାଇବା ପ୍ରଂଶସନୀୟ କାମ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀଠାରେ ଜୁହାର ପରିବାର ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆମର ସଂସ୍କୁତି ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ଯେଉଁ କାମ ହୋଇଛି ତାହା ପ୍ରଶଂସନୀୟ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଧୀରେଧୀରେ ଜୁହାର ପରିବାର ପ୍ରବାସୀ ପଶ୍ଚିମଓଡିଶା ଭାଇଭଉଣୀ ମାନଙ୍କ ପାଇଁ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଗଲାଣୀ । ବେଙ୍ଗାଲୁର, ହାଇଦ୍ରାବାଦ ଠାରୁ ଆରମ୍ଭ କରି ଭାରତବର୍ଷ ଓ ବିଶ୍ୱର ସବୁ ଅଂଚଳରେ ନୂଆଖାଇ ଭେଟଘାଟ, ସାମାଜିକ ଏକତ୍ରୀକରଣ କାମ ଚାଲିଛି । ମହାପ୍ରଭୁ ଜଗନ୍ନାଥ, ମା ସମଲେଇ, ମାଣିକେଶ୍ୱରୀଙ୍କ ଆଶ୍ରିର୍ବାଦ ଯୋଗୁଁ ନୂଆଁଖାଇ ଜୁହାର ଆମର ସଂସ୍କୁତିକୁ ଉଜ୍ଜିବୀତ କରି ରଖିଛି ବୋଲି ସେ କହିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ବେହେରା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *