କେନ୍ଦ୍ରାପଡା ୧୮/୦୯/୨୦୧୯(ଓଡ଼ିଶା ସମାଚାର)- ଭୂବନେଶ୍ୱର ସ୍ଥିତ ଓଡିଶା ରାଜ୍ୟ ଶିଶୁ ମଙ୍ଗଳ ପରିଷଦ ଓ କେନ୍ଦ୍ରାପଡା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିଳିତ ସହଯୋଗରେ ଚଳିତମାସ ୨୯ତାରିଖ ରବିବାର ପୂର୍ବାହ୍ନରେ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗୀତା ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ସେହିଦିନ ସକାଳ ସାଢେଦଶଟାରୁ ସାଢେବାରଟା ପର୍ଯ୍ୟନ୍ତ ୨ଘଂଟାଧରି ହେବାକୁଥିବା ଏହି ପ୍ରତିଯୋଗୀତା ୪ଟି ଗ୍ରୁପରେ ଅନୁଷ୍ଠିତ ହେବ । ସକାଳ ୯ଟା ସମୟରେ ଏହି ପ୍ରତିଯୋଗୀତା ନିମନ୍ତେ ପଞ୍ଜିକରଣ କରିବାକୁ ଥିବା ବେଳେ ସାଧାରଣ ବର୍ଗର ପିଲାମାନଙ୍କ ନିମନ୍ତେ ଜୁନିଅର ଗ୍ରୁପ(୫ରୁ୯ବର୍ଷ),ସିନିଅର ଗ୍ରୁପ(୧୦ରୁ ୧୬ବର୍ଷ)ପିଲାମାନଙ୍କୁ ନେଇ ଏବଂ ଭିନ୍ନକ୍ଷମ ବିଭାଗରେ ଶ୍ରବଣ ବାଧିତ,ଦୃଷ୍ଟି ବାଧିତ ଓ ବାକଶକ୍ତି ରହିତ ଓ ମଲଟିପୁଲ ଡିସାବିଲିଟି ପିଲାମାନଙ୍କୁ ନେଇ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତାରେ ଭାଗନେବାକୁ ଚାହୁଁଥିବା ପ୍ରତ୍ୟେକ ପ୍ରତିଯୋଗୀ ନିଜର ଆଧାରକାର୍ଡ, ଜନ୍ମପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର ଓ ମୋବାଇଲ ନମ୍ବର ସହିତ ସେହିଦିନ ସକାଳ ୯ଟା ସମୟରେ ଆଇନ ମହାବିଦ୍ୟାଳୟରେ ପହଁଚି ପଞ୍ଜିକରଣ କରାଇନେବା ଉଚିତ । ପ୍ରତ୍ୟେକ ପ୍ରତିଯୋଗୀ ସେମାନଙ୍କ ଅଭିଭାବକ କିମ୍ବା ଶିକ୍ଷକଙ୍କ ସହିତ ଆସି ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପୁନଃ ଘରକୁ ଫେରିଯିବେ । ପ୍ରତିଯୋଗୀତାର ଫଳାଫଳ ଫୋନ ମାଧ୍ୟମରେ ଜଣାଇଦିଆଯିବ । ପ୍ରତ୍ୟେକ ବିଭାଗର ଶ୍ରେଷ୍ଠ ୩ଜଣଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନ୍ୱିତ କରାଯିବାର ବ୍ୟବସ୍ଥା ରହିଛି । ସଂପୂର୍ଣ୍ଣ ବୀବରଣୀ ପାଇଁ ପ୍ରତ୍ୟେକ କାର୍ଯ୍ୟ ଦିବସମାନଙ୍କରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କାର୍ଯ୍ୟାଳୟରେ ଯୋଗାଯୋଗ କରାଯିବ ନଚେତ ବିଭାଗୀୟ ୱେବସାଇଟ ଡ଼ବ୍ଲ୍ୟୁ ଡ଼ବ୍ଲ୍ୟୁ ଡ଼ବ୍ଲ୍ୟୁ ଡ଼ଟ୍ ଓଏସସି ଡ଼ବ୍ଲ୍ୟୁ ଡ଼ଟ୍ ଓଆରଜି ରେ ଦେଖାଯାଇ ପାରିବ । ଓଡ଼ିଶା ସମାଚାର