Wednesday , October 4 2023
Breaking News
Home / ତାଜା ଖବର / ଚାଂଚଲ୍ୟ : କଟକରୁ ନିଖୋଜ ନର୍ସ ଙ୍କ ଗଳିତ ହାତ ଗୋଡ଼ ବନ୍ଧା ମୃତ ଦେହ ଅଖା ଭିତରେ ପଶି ବିଲୁଆ ଖାଇ ନଦୀରୁ ଉଦ୍ଧାର

ଚାଂଚଲ୍ୟ : କଟକରୁ ନିଖୋଜ ନର୍ସ ଙ୍କ ଗଳିତ ହାତ ଗୋଡ଼ ବନ୍ଧା ମୃତ ଦେହ ଅଖା ଭିତରେ ପଶି ବିଲୁଆ ଖାଇ ନଦୀରୁ ଉଦ୍ଧାର

କଟକ / ଜଗତସିଂହପୁର, ୧୭/୦୯/୨୦୧୯(ଓଡ଼ିଶା ସମାଚାର)- କଟକ ର କଲ୍ୟାଣୀନଗର ଠାରେ ଥିବା ଏମଏମ ମେଡ଼ିକେୟାର ହସପିଟାଲ ରେ ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମର ଗଗନ ପାତ୍ର ଙ୍କ ଝିଅ ନିହାରିକା ପାତ୍ର (୨୪) ଡ଼ାକା ନାମ ରୁପାଲୀ ଜଣେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ଗତ ୮ ତାରିଖ ଅପରାହ୍ନ ପ୍ରାୟ ୪ ଟା ବେଳେ ତାଙ୍କ ପ୍ରେମିକ କୁହାଯାଉଥିବା କିଶୋର ଚନ୍ଦ୍ର ଆଂଚଳ ଆଲିଆସ ରାଜା ସହିତ ହସପିଟାଲ ରୁ ଯାଇଥିଲେ । ସେହି ପର ଠାରୁ ଆଉ ନଫେରି ନିଖୋଜ ଥିଲେ । ଏ ସମ୍ପର୍କରେ ୯ ତାରିଖ ଦିନ ମଧୁପାଟଣା ଥାନାରେ ଏମଏମ ମେଡ଼ିକେୟାର ହସପିଟାଲ ପକ୍ଷରୁ ଏକ ଲିଖିତ ସୂଚନା ଦିଆଯାଇଥିଲା । ଏହି ଘଟଣାର ଏକ ସପ୍ତାହ ପରେ ଜଗତସିଂହପୁର ଜିଲା ବିରିଡ଼ି ଥାନା ବିଲୁଆଖାଇ ନଦୀ ରେ ଏକ ଅଖା ଭାସୁଥିବା ଦେଖାଯାଇଥିଲା । ୨ / ୩ ଦିନ ହେଲା କୁଳକଇଜଙ୍ଗା ଠାରେ ଛେଳି ଚରାଳି ତାହାକୁ ଦେଖିଥିଲେ । ତେବେ ଅଖାରୁ ଦୁର୍ଗନ୍ଧ ବାହାରିବା ଓ ଅଖାର ମୁହଁ ଫିଟିଯିବାରୁ ସେଥିରେ କୌଣସି ଏକ ମୃତ ଦେହ ଥିବା ସନ୍ଦେହ କରାଯାଇଥିଲା । ବିରିଡ଼ି ଥାପା ପୋଲିସ୍ ଓ ମଧୁପାଟଣା ଥାନା ପୋଲିସ୍ ସାଇଂଟିଫିକ ଟିମ ସିହିତ ସେଠାରେ ପହଂଚିଥିଲେ । ଅନ୍ୟପକ୍ଷରେ ନିହାରିକାଙ୍କ ମା, ଭଉଣୀ ଓ ଭିଣୋଇ ପହଂଚି ଥିଲେ । ଅଖା ଭିତରୁ ହାତ ଗୋଡ଼ ବନ୍ଧା ଜଣେ ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଥିଲା । ମୃତ ଯୁବତୀଙ୍କ ପିନ୍ଧା ଡ଼୍ରେସ ରୁ ଏହା ନିହାରିକାରଙ୍କ ମୃତ ଦେହ ବୋଲି ତାଙ୍କ ମା, ଭଉଣୀ ଓ ଭିଣୋଇ ଚିହ୍ନଟ କରିଥିଲେ । ତେଣୁ ନିହାରିକାଙ୍କୁ ହତ୍ୟା କରିବା ପରେ ହାତ ଗୋଡ଼ ବାନ୍ଧି ଅଖା ଭିତରେ ଭର୍ତି କରି ନଦୀରେ ପକାଇଦିଆଯାଇଥିବା ସନ୍ଦେହ କରାଯାଉଛି । ନିହାରିକା ଗତ ୮ ତାରିଖ ଦିନ ଅପରାହ୍ନରେ ହସପିଟାଲରୁ ତାଙ୍କ ପ୍ରେମିକ ରାଜା ସହିତ ଯାଇ ଆଉ ଫେରିନଥିଲେ ଏବଂ ନିଖୋଜ ଥିଲେ । ତେଣୁ ରାଜା ଏହି ହତ୍ୟା କାଣ୍ଡ ସହିତ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବାବେଳେ ଆଉ କିଏ ତା ସହିତ ଥିଲା ତାହା ତଦନ୍ତ ହେଲେ ଜଣାପଡ଼ିବ । ତେବେ କେଉଁ କାରଣରୁ ପ୍ରେମିକ ରାଜା ତାର ପ୍ରେମିକା ରୁପାଲୀ କୁ ଏପରି ହତ୍ୟା କରି ହାତ ଗୋଡ଼ ବାନ୍ଧି ଅଖାରେ ଭର୍ତି କରି ନଦୀରେ ଭସାଇ ଦେଲା ତାହା ତଦନ୍ତ ସାପେକ୍ଷ । ଏ ସମ୍ପର୍କରେ ବିରିଡ଼ି ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *