Tuesday , October 19 2021
Home / ବିଶେଷ / ଓରିକଂଟା ବିଦ୍ୟୁତ୍ ସେକସନ୍ରେ ବିଶ୍ୱକର୍ମା ପୂଜା

ଓରିକଂଟା ବିଦ୍ୟୁତ୍ ସେକସନ୍ରେ ବିଶ୍ୱକର୍ମା ପୂଜା

ନିଶ୍ଚିନ୍ତକେରଇଲି,୧୮/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବିଦ୍ୟୁତ୍ ବିଭାଗ ସବଡ଼ିଭିଜନ ଅନ୍ତର୍ଗତ ଓରିକଂଟା ସେକସନ୍ କାର୍ଯ୍ୟାଳୟ ପରିସରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି । ବିଧିବିଧାନ ଅନୁଯାୟୀ ଦେବଶିଳ୍ପୀଙ୍କର ପ୍ରତିମୂର୍ତି ପୂଜାର୍ଚନା ପରେ ବିଭାଗୀୟ ଯନ୍ତ୍ରୀ , ଲାଇନ୍ ମ୍ୟାନ୍ ତଥା ଅନ୍ୟାନ୍ୟ କର୍ମଚାରୀମାନେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ପୂଜାଆରାଧନା କରିଥିଲେ । ଏଥିରେ ସହକାରୀ ଯନ୍ତ୍ରୀ ମାନଓ ରଂଜନ ମହାନ୍ତି , କନିଷ୍ଠ ଯନ୍ତ୍ରୀ ଦିଗମ୍ବର ମଲ୍ଲ, ଲାଇନମ୍ୟାନ୍ ସଂଗ୍ରାମକେଶରୀ ମହାନ୍ତି, ଜ୍ଞାନରଂଜନ ବେହେରା, ରାମଚନ୍ଦ୍ର ସାହୁ, ଅଶୋକ ମିଶ୍ର, ଶୁଭପ୍ରମନ୍ତ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

୧କେଜି ୧୦୦ ଗ୍ରାମ ଗଂଜେଇ ଜବତ, ଜଣେ ଗିରଫ

କଟକ, ୧୯/୧୦/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ଗୋଠମୁହାଣ ଗ୍ରାମର ସୁରେନ୍ଦ୍ର ପାଲ ନାମକ ଜଣେ …

Leave a Reply

Your email address will not be published. Required fields are marked *