Monday , October 3 2022
Breaking News
Home / ବିଶେଷ / ଇଲେକଟ୍ରିସିଟି ଠିକା ଶ୍ରମିକ ସଂଘ ପକ୍ଷରୁ ଏସଏଚଜିଙ୍କୁ ମିଟର ରିଡିଂ ଓ ବିଲ କଲେକସନ ଦାୟିତ୍ୱ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ଇଲେକଟ୍ରିସିଟି ଠିକା ଶ୍ରମିକ ସଂଘ ପକ୍ଷରୁ ଏସଏଚଜିଙ୍କୁ ମିଟର ରିଡିଂ ଓ ବିଲ କଲେକସନ ଦାୟିତ୍ୱ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ୧୮/୦୯/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଇଲେକଟ୍ରିସିଟି ଠିକା ଶ୍ରମିକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ମିଟର ରିଡିଂ ଓ ବିଲ କଲେକସନ ଦାୟିତ୍ୱ ପ୍ରଦାନ ବିରୁଦ୍ଧରେ ବୁଧବାର ପ୍ରତିବାଦ କରାଯିବା ସହିତ ତିନିମୁହାଣି ରାମମନ୍ଦିର ପରିସରରୁ ଏକ ମଟରସାଇକେଲ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚିବା ପରେ ସେଠାରେ ପ୍ରତିବାଦ ପ୍ରଦର୍ଶନ ପୂର୍ବକ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସେମାନଙ୍କ ଅଭିଯୋଗ ହେଉଛି ଯେ ଆଜକୁ ପ୍ରାୟ ୧୧ବର୍ଷଧରି ବିଲ କଲେକ୍ଟର ଓ ମିଟରରିଡର ଏବଂ ଲାଇନମ୍ୟାନମାନେ ନିଷ୍ଠାପର ଭାବେ ଦିନକୁ ଦଶଘଂଟା ଧରି କାର୍ଯ୍ୟକରି ଆସୁଛନ୍ତି । ସେମାନେ ନିଜେ ବିପଦଜନକ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ସେମାନେ ଏ ସମ୍ପର୍କରେ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନି । ଏଭଳି ପରିସ୍ଥିତିରେ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ମିଟର ରିଡିଂ ଓ ବିଲ କଲେକସନ ଦାୟିତ୍ୱ ପ୍ରଦାନ ବନ୍ଦ କରିବା, ମିଟର ରିଡର, ବିଲ କଲେକ୍ଟର ଓ ଲାଇନମ୍ୟାନ ମାନଙ୍କୁ ସରକାରଙ୍କ ପ୍ରଣୀତ ସର୍ବନିମ୍ନ ମଜୁରୀ ପ୍ରଦାନ,୧୧ବର୍ଷର ଇପିଏଫ ଓ ବୋନସ ପ୍ରଦାନ ସହିତ ଓ.ଇ.ଏସ.ଆଇ ସୁବିଧା ପ୍ରଦାନ ଓ କାର୍ଯ୍ୟରତ ସମସ୍ତ ବିଦୁ୍ୟତ ଶ୍ରମିକଙ୍କୁ ସରକାରଙ୍କ ଚାକିରୀ ସର୍ତାବଳୀ ଅନୁସାରେ ନିଯୁକ୍ତି ପ୍ରଦାନ ନିମନ୍ତେ ଦାବି କରାଯାଇଛି । ଏହିସବୁ ଦାବିପୁରଣ ନହେଲେ ଆଗାମି ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ସେମାନେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସଂଘର ସଭାପତି ଦେବଦାସ ମହାନ୍ତି, ଉପସଭାପତି କୃଷ୍ଣ ଚନ୍ଦ୍ର ମଲ୍ଲିକ, ସାଧାରଣ ସମ୍ପାଦକ ଶିଶିର କୁମାର ନାୟକ, ପ୍ରଶନ୍ନ କୁମାର ନାୟକ, ଦେବାଶିଷ ମିଶ୍ର ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.