କଟକ, ୧୮/୦୯/୨୦୧୯(ଓଡ଼ିଶା ସମାଚାର)- କଟକ ଆଠଗଡ଼ ବନଖଣ୍ଡ ହରିଡ଼ାପଶି ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି । ତିଗିରିଆ ନିଜିଗଡ଼ର ଫରେଷ୍ଟ ଅଫିସରେ କଲରାପତରିଆର ମୃତୁଦେହ ରଖାଯାଇଛି । ବନବିଭାଗ ମୃତ କଲରାପତରିଆ ବାଘର ମୃତ୍ୟୁର କାରଣ ସ୍ପଷ୍ଟ କରିନାହିଁ । କିନ୍ତୁ ଶିକାରୀ ବସାଇଥିବା ବିଦ୍ୟୁତ ତାର ଲାଗି କଲରାପତରିଆର ମୃତ୍ୟୁ ହୋଇଥିବା ବନବିଭାଗ ସୂଚନା ଦେଇଛି । ଓଡ଼ିଶା ସମାଚାର