Tuesday , October 26 2021
Breaking News
Home / ବିଶେଷ / ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସାପ୍ତାହିକ ରକ୍ତଦାନ ଶିବିର

ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସାପ୍ତାହିକ ରକ୍ତଦାନ ଶିବିର

ପଣସା ପଞ୍ଚାୟତ ପକ୍ଷରୁ ୫୩ ୟୁନିଟ୍ ରକ୍ତ ପ୍ରଦାନ

ଯାଜପୁର ୧୮/୦୯/୨୦୧୯(ଓଡ଼ିଶା ସମାଚାର)-ଯାଜପୁର ଲଳିତେଶ୍ୱର ନଗର ସ୍ଥିତ ଅମ୍ବିକା ମଣ୍ଡପରେ ଅଶୋକ ଦାସ ଫାଉଣ୍ଡେସନ୍ ପକ୍ଷରୁ ସାପ୍ତାହିକ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ରେଡ଼କ୍ରସ୍ ସୋସାଇଟିର ସମ୍ପାଦକ ତଥା ଡ଼େପୁଟି କଲେକ୍ଟର କୂଳମଣି ନାୟକ, ଅଧ୍ୟାପକ ବଟକୃଷ୍ଣ ମହାପାତ୍ର, ପୁର୍ବତନ ପୈାରପାଳ ଭବପ୍ରସାଦ ଦାସ, ରମଣି ରଞ୍ଜନ ରାଉତରାୟ, ପଣସା ସରପଂଚ ମୋନାଲିସା ପତି, ସୁରେଶ ପତି, ସମିତି ସଦସ୍ୟ କେତକି ସଦସ୍ୟ, ଚନ୍ଦ୍ରଶେଖର ରାଉତରାୟ, ଅଶୋକ ଦାସ ଫାଉଣ୍ଡେସନ୍ ପକ୍ଷରୁ ସିଦ୍ଧାର୍ଥ ଦାସ, ବ୍ୟାସଦେବ ପ୍ରମୁଖ ଯୋଗ ଦେଇ ରକ୍ତଦାନ ଶିବିର ପରିଦର୍ଶନ କରି ରକ୍ତଦାତା ମାନଙ୍କୁ ଉସôାହିତ କରିଥିଲେ । ରକ୍ତଦାନ ଏକ ମହତ ଦାନ, ଏହି ଦାନ ଦ୍ୱାରା ଅନ୍ୟର ଜୀବନକୁ ରକ୍ଷା କରାଯାଇ ପାରେ ବୋଲି ପ୍ରକାଶ କରିବା ସହିତ ଜୀବନରେ ସମସ୍ତେ ଥରୁଟିଏ ରକ୍ତଦାନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ଭୂବନେଶ୍ୱରପୁର ପଂଚାୟତର ସ୍ୱେଛାସେବୀଙ୍କ ସମେତ ବିଜୁ ଯୁବ ବାହିନୀର ସଦସ୍ୟମାନେ ସାମିଲ ହୋଇ ରକ୍ତଦାନ କରିଥିଲେ । ଜିଲାରେ ରକ୍ତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଜିଲା ରେଡ଼କ୍ରସ ସୋସାଇଟି ଓ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବେ ପ୍ରତ୍ୟେକ ରବିବାର ଏଭଳି ରକ୍ତଦାନ ଶିବିରର ଆୟୋଜନ କରାଯାଉଥିବା ପ୍ରକାଶ । ଏଭଳି କାର୍ଯ୍ୟକ୍ରମକୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବି ମହଲରେ ବହୁ ପ୍ରଶଂସା କରାଯାଉଛି । ଏହି ରକ୍ତଦାନ ଶିବିରରେ ୫୩ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏହି ରକ୍ତଦାନ ଦ୍ୱାରା ଜିଲାରେ ଥିବା ଥାଲାସେମିଆ ରୋଗିମାନଙ୍କ ସେବାରେ ସହାୟତା ହୋଇପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *