Sunday , October 1 2023
Home / ବିଶେଷ / ଅଶୃଖଳା ଯୋରରେ ଦଳ ଭର୍ତି ,ଚାଷ କାର୍ଯ୍ୟରେ ଲାଗି ପାରୁନି ଏହାର ପାଣି  

ଅଶୃଖଳା ଯୋରରେ ଦଳ ଭର୍ତି ,ଚାଷ କାର୍ଯ୍ୟରେ ଲାଗି ପାରୁନି ଏହାର ପାଣି  

 ଗରଦପୁର ୧୮/୦୯/୨୦୧୯(ଓଡ଼ିଶା ସମାଚାର)- ଅଶୃଖଳା ଯୋରରେ ଦଳ ଭର୍ତି ହୋଇ ରହିଥିବାରୁ ଏହାର ପାଣିକୁ ପାଶ୍ୱର୍ବର୍ତୀ ଗ୍ରାମଗୁଡିକର ଲୋକମାନେ  ବ୍ୟବହାର କରି ପାରୁ ନାହାଁନ୍ତି । ଦୀର୍ଘ ବର୍ଷରୁ ଏହି ଅଶୃଖଳା ଯୋର କ୍ରମେ କ୍ରମେ ପୋତି ହୋଇ ପଡିବା ସହିତ ବହୁ ସ୍ଥାନରେ ଦଳ ଭର୍ତି ହୋଇ ରହିଥିବାରୁ ଏହାର ପାଣିକୁ ଚାଷ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇ ପାରୁ ନାହିଁ । ଏହି ଯୋର ମଧ୍ୟରେ ଦଳ ଭର୍ତି ହୋଇ ରହିଥିବାରୁ ପାଶ୍ୱର୍ବର୍ତୀ ଗ୍ରାମମାନଙ୍କରେ ମଶା ବଂଶର ପାଦୁର୍ଭାବ ପରିଲକ୍ଷିତ ହେଉଥିବାରୁ ଏହାକୁ ନେଇ ସ୍ଥାନିୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଉଛି । ପ୍ରକାଶ ଯେ,ପାଟକୁରା ଅଂଚଳର ଶେଷସୀମା ତେଣ୍ଡାକୁଡ଼ା ପଂଚାୟତର ଜୟତଳଙ୍ଗ ଠାରୁ ପ୍ରାକୃତିକ ଉପାୟରେ ଏହି ଯୋର ବାହାରି ଆଳିଜଙ୍ଗା, ଶଙ୍କରଭୋଳ, ରାଆଁଳ, ଦାଆଁଲ,  ଅରାବଳ, ରାଏସର, ପୁଣ୍ଡିଲୋ, ଚାଉଳିଆ, ବାମରା, ବଗିଯୋର ,ସିରସ୍ତା, ପାହିଲୋ, ଅନ୍ତେଇ, ମନ୍ତେଇ ଗ୍ରାମ ପାଶ୍ୱର୍ ଦେଇ ଏହି ପାଟନାଳିଟି ନଛିପଡା ଗ୍ରାମ ପାଶ୍ୱର୍ ଦେଇ କୂଳା ସ୍ଲୁଇସ୍ ମଧ୍ୟ ଦେଇ ମହାନଦୀରେ ପଡିଛି । ଦୀର୍ଘ ୪୨କି.ମି ବ୍ୟାପି ରହିଥିବା ଏହି ଅଶୃଖଳା ଯୋରର ଶଯ୍ୟା ପୋତି ହୋଇ ଦଳପୂର୍ଣ୍ଣ ହୋଇଯିବା ଫଳରେ ଏହି ଯୋରର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଗ୍ରାମଗୁଡିକର ଲକ୍ଷାଧିକ ଲୋକମାନଙ୍କ ପାଇଁ ବିପଦର ଆଶଙ୍କା ପାଲଟିଛି । କୌଣସି ନଦୀରୁ ବାହାରି ନ ଥିବା ଏହି ଅଶୃଖଳା ଯୋର ପ୍ରାୟ୩୦ ବର୍ଷ ପୂର୍ବରୁ କିଶନନଗର, ପାଟକୁରା ,ମହାକାଳପଡା ଓ ତିର୍ତୋଲ ବ୍ଲକ ଅଂଚଳର ପ୍ରାୟ୫୦ରୁ ଉଦ୍ଧ୍ୱର୍ ଗ୍ରାମର  ଲୋକମାନଙ୍କ ପାଇଁ ଜଳସେଚନର ସୁଯୋଗ ସୃଷ୍ଟି କରିଥିଲା । ଗ୍ରୀଷ୍ମ ଦିନରେ ଏହାର ଜଳକୁ ସ୍ଥାନିୟ ଆଖପାଖ ଗ୍ରାମର ଲୋକମାନେ ଜଳସେଚନ କରି ଫସଲ ଉପôାଦନ କରୁଥିବାବେଳେ,କେତେକ ଗ୍ରାମର ଲୋକମାନେ ମଧ୍ୟ ଏହାର ପାଣିକୁ ପାନୀୟ ଜଳ ରୂପରେ ବ୍ୟବହାର କରୁଥିଲେ । ମାତ୍ର ଗତ କିଛି ବର୍ଷ ପୂର୍ବରୁ ଅନ୍ତେଇ ପଂଚାୟତର ବାଲିଘାଇ ଘାଟରେ ପାଟନାଳି ଖୋଳାଯିବା ପରେ ଜଳ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ବର୍ଷା ରୁତୁରେ ମଧ୍ୟ ଏହି ନଦୀରେ କେବଳ ବନ୍ୟା ସମୟକୁ ଛାଡିବା ପରେ ଅନ୍ୟ ସମୟରେ ପାଣି ରହୁ ନାହିଁ । ମନ୍ତେଇ ଓ ବାଲିଘାଇ ସିମାନ୍ତରେ ଏକ କ୍ଷୁଦ୍ର ଗଳି ସେତୁ କରାଯାଇଛି ।ଏହି ସେତୁରେ ୩୦ରୁ ଉର୍ଦ୍ଧ୍ୱ  ଖୁଂଟ ରହିଥିବାରୁ ଏହି ନଦୀରେ ରହୁଥିବା ବିଲାତି ଦଳ ନଦୀ ବାହାରକୁ ଯାଇ ପାରୁ ନାହିଁ ।ଏହି ଦଳଭର୍ତି ହୋଇ କ୍ରମେ କ୍ରମେ ପାଟନାଳି ପୋତି ହୋଇ ପଡିବା ସହିତ ଦଳ ପଚିସଢି ସେଥିରୁ ଦୁର୍ଗନ୍ଧ ବାହାରୁଛି । ଭର୍ତି ହୋଇଥିବା ଦଳ ମଧ୍ୟରେ ବହୁ ବିଶଧର ସର୍ପ ବସବାସକରୁଥିବାର ଅଂଚଳର ଲୋକମାନେ ଦେଖିବା ସହିତ ଭୟ କରୁଛନ୍ତି । କିଛି ବର୍ଷ ପୂର୍ବରୁ ଏହି ଯୋରରୁ ଅଂଚଳର ମତ୍ସ୍ୟ ଜବୀ ପରିବାରମାନେ ଏଥିରୁ ମାଛ ଧରି ନିଜର ଜୀବିକା ନିର୍ବାହ କରୁଥିବା ବେଳେ, ଏବେ ଯୋରରେ ଦଳ ଭର୍ତି ହୋଇ ରହିଥିବାରୁ ମତ୍ସ୍ୟ ଜିବୀ ପରିବାରମାନେ ଆଉ ଆଗ ପରି ମାଛ ମଧ୍ୟ ଧରି ପାରୁ ନାହାଁନ୍ତି । ନଦୀରୁ ଦଳ ନିଷ୍କାସନ ଓ ନଦୀ ଶର୍ଯ୍ୟା ଖନନ କରାଯିବା ସହିତ ପାଟନାଳିରେ ଜଳ ନିୟନ୍ତ୍ରଣର ବ୍ୟବସ୍ଥା କରାଗଲେ ଏହି ପାଟନାଳୀ ପାଶ୍ୱର୍ରେ ରହିଥିବା ଗ୍ରାମଗୁଡିକର ଚାଷ ଜମିକୁ ଜଳସେଚନର ସୁବିଧା  କରାଯାଇ ପାରିବା ସହିତ କୃଷି କ୍ଷେତ୍ରରେ ଲକ୍ଷାଧିକ ଲୋକମାନେ ଉପକୃତ ହୋଇ ପାରନ୍ତେ ବୋଲି ଅଂଚଳର ପକୃତିବନ୍ଧୁ ଉଦୟନାଥ ଚୌଧୁରୀ ଇଶ୍ୱର ଚନ୍ଦ୍ର ସାହୁ, ଗଙ୍ଗାଧର ସାମଲ ପ୍ରମୁଖ ବୁଦ୍ଧିଜିବୀମାନେ ମତ ପ୍ରକାଶ କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *