Friday , December 2 2022
Breaking News
Home / ବିଶେଷ / ୭ ବର୍ଷର ନାବାଳିକା ଦୁସ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ୧୫ ହଜାର ଜୋରିମାନା

୭ ବର୍ଷର ନାବାଳିକା ଦୁସ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ୧୫ ହଜାର ଜୋରିମାନା

କନ୍ଧମାଳ,୧୭/୦୯/୨୦୧୯(ଓଡ଼ିଶା ସମାଚାର)- ଫୁଲବାଣୀ ଅତିରିକ୍ତ ଜିଲା ଜର୍ଜ ଏବଂ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସମରବିଳାସ ବେହେରା ରାଇକିଆ ଥାନା ଅଂଚଳର ଏକ ୭ ବର୍ଷର ନାବାଳିକା ଦୁସ୍କର୍ମ ମାମଲାର ବିଚାରଣ କରି ଘଟଣାର ୧୩ ଜଣ ସାଖିଙ୍କ ବୟାନ ଡାକ୍ତରୀ ରିପୋର୍ଟ ଏବଂ ପିଡିତାଙ୍କ ବୟାନକୁ ଆଧାର କରି ଅଭିଯୁକ୍ତ ମାନେନ୍ଦ୍ର ଦିଗାଲ(୫୦)କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୫ ହାଜର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ତାକୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଆଦାୟ ଜୋରିମାନା ଅର୍ଥକୁ ପିଡିତାଙ୍କୁ କ୍ଷତିପୁରଣ ବାବଦରେ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଧେଶ ଦେଇଛନ୍ତି ମାନ୍ୟବର ବିଚାରପତି । ଘଟଣା ଅନୁସାରେ ଗତ ୧୬/୧୧/ ୨୦୧୬ ତାରିଖରେ ପିଡିତା ସ୍କୁଲରୁ ଆସି ପଡୋଶୀ ଘରକୁ ଟିଭି ଦେଖିବାକୁ ଯାଇଥିଲା । କିଛି ସମୟପରେ ଝିଅକୁ ଖୋଜିବାକୁ ତାର ମାଆ ସେଠାରେ ପହଂଚି ଦେଖିଲା ଝିଅ ନାହିଁ ତାକୁ ଖୋଜିଖୋଜି ଗାଁ ନିକଟରେ ଥିବା ନଦୀ ନିକଟକୁ ଯାଇଥିଲା । ବାଟରେ ବିପରୀତ ପଟରୁ ମାନେନ୍ଦ୍ର ଦିଗାଲ ଆସୁଥିବା ଦେଖି ତାକୁ ଝିଅ ବିଷୟରେ ପଚାରିଥିଲା । ମାନେନ୍ଦ୍ର ପିଡିତା ସହିତ ଜାଳକାଠ ସଂଗ୍ରହ କରିବାକୁ ମିଶିକରି ଯାଇଥିବା କହି ସେଠାରୁ ଚାଲିଯାଇଥିଲା । ତାପରେ ପିଡିତା ଆସି ତାର ମାଆକୁ ଜାବୁଡି ଧରିବାସହିତ କାନ୍ଦିଥିଲା । ମାଆ ତାକୁ କାନ୍ଦିବାର କାରଣ ପଚାରିବାରୁ ମାନେନ୍ଦ୍ର ଜେଜେ ତାକୁ ଡାକି ନେଇ ନଦୀକୁଳରେ ତାର ପ୍ୟାଣ୍ଟ ଖୋଲିବାସହିତ ଦୁସ୍କର୍ମ କରିଥିବା ଏବଂ ଏହି ବିଷୟରେ କାହାକୁ ନକହିବାକୁ ଧମକ ଦେଇଥିବା କହିଥିଲା ମାଆକୁ । ଏହାପରେ ପିଡିତାର ମାଆ ୧୭/୧୧/ ୨୦୧୬ ତାରିଖରେ ରାଇକିଆ ଥାନାରେ ଏ ନେଇ ଏକ ଅଭିଯୋଗ କରିଥିଲା । ଅଭିଯୋଗ ମୁତାବକ ରାଇକିଆ ଥାନା ପୋଲିସ ଏକ ମାମଲା ୧୧୧/୧୬ ରୁଜ୍ଜୁ କରି ମାନେନ୍ଦ୍ର ଦିଗାଲକୁ ଗିରଫ କରି ତାକୁ କୋର୍ଟ ଚାଲାଣ କରିଥିଲା । ମାମଲାକୁ ପିଡିତାଙ୍କ ତରଫରୁ ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.