Friday , October 22 2021
Home / ତାଜା ଖବର / ସଡ଼କ ଦୁର୍ଘଟଣାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ସଡ଼କ ଦୁର୍ଘଟଣାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ପିପିଲି, ୧୭/୦୯/୨୦୧୯(ଓଡ଼ିଶା ସମାଚାର)- ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ୩୧୬ ନମ୍ବର ମଙ୍ଗଳପୁର ଛକ ନିକଟବର୍ତୀ ବରଜୁପାଟଣା ଛକ ଠାରେ ଏକ ମଟର ସାଇକେଲ ଗଛରେ ପିଟି ହୋଇ ଦୃର୍ଘଟଣା ଘଟିଥିଲା । ମଟର ସାଇକେଲ ଯୋଗେ ଯାଉଥିବା ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ଯାକ ଗୁରୁତର ଅବସ୍ଥାରେ ତଳେ ଛିଟିକି ଚେତାଶୂନ୍ୟ ଅବସ୍ଥାରେ ପଡି ରହିଥିଲେ ।

ସୈାଭାଗ୍ୟଲକ୍ଷ୍ମୀ ପଣ୍ଡା

ଖବର ପାଇ ଘଟଣା ସ୍ଥଳରେ ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ ପହଂଚି ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ଥାନା ଗାଡି ଯୋଗେ ପ୍ରଥମେ ଗୁରୁତରଥିବା ସ୍ୱାମୀକୁ ପିପିଲି ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ମେଡିକାଲରେ ଡାକ୍ତର ତାଙ୍କର ସେଠାରେ ମୃତୁ୍ୟ ହୋଇଥିବା ଘୋଷଣା କରିଥିଲେ । ତାଙ୍କ ନାମ ସୋମନାଥ ପଣ୍ଡା (୪୮)ପୁରୀ ବାଲିସାହି ବୋଲି ପୁଲିସ ଜାଣିବାକୁ ପାଇଥିଲା । ଗୁରୁତର ସ୍ତ୍ରୀ ସୈାଭାଗ୍ୟଲକ୍ଷ୍ମୀ ପଣ୍ଡାକୁ ସ୍ଥାନୀୟ ଲୋକମାନେ ଏକ ଅଟୋ ଯୋଗେ ନିକଟସ୍ଥ ମଙ୍ଗଳପୁର ମେଡିକାଲ କୁ ଚିକିତ୍ସା ପାଇଁ ନେଇଥିଲେ ।

ସୋମନାଥ ପଣ୍ଡା

ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ୬ନମ୍ବର ମେଡିକାଲକୁ ପଠାଇଥିଲେ । ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ପିପିଲି ପୁଲିସ ସୂଚନା ଦେଇଛି । ମିଳିଥିବା ସୂଚନା ମୁତାବକ ସ୍ୱାମୀ ଓ ସ୍ତ୍ରୀ ବାଇକ ଯୋଗେ ପୁରୀରୁ ଭୁବନେଶ୍ୱର ଯାଉଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିବା ପତ୍ୟେକ୍ଷଦର୍ଶୀ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *