Home / ବିଶେଷ / ବେପଥୁ ସ୍ପନ୍ଦନ.. (କବିତା) – ସ୍ୱପ୍ନା ପଟ୍ଟନାୟକ
ବେପଥୁ ସ୍ପନ୍ଦନ.. (କବିତା) – ସ୍ୱପ୍ନା ପଟ୍ଟନାୟକ
ଅଶୀଣ ସନ୍ଧ୍ୟାରେ କାଶତଣ୍ଡି ଝୁଲେ
ନଈ ପଠା ଗୋହିରୀରେ
ତମ ମିଠା ସ୍ମୁତି ଆଜି ବି ଛୁଉଁଛି
ନୀଳ ବଂଶୀର ସୁରେ
ଲାଜୁଆ ଆକାଶେ ବେପଥୁ ସ୍ପନ୍ଦନ
ନିଃଶବ୍ଦ ପଦଧ୍ଵନି
ପ୍ରଣୟୀ ସେ ରାତି ପ୍ରୀତି ନଈ ଧାରେ
ମୋହଗ୍ରସ୍ତ ସମ୍ମୋହନୀ
ମୁରୁକି ହସୁଛି ଅଳଶୀ ସକାଳ
ମିଳନର ଧ୍ୱନି ଶୁଭେ
ମଧୁଚନ୍ଦ୍ରିକାର ମଳୟ ସ୍ପର୍ଶ
ମନେ ଅଭିସାର ଜାଗେ
ମାଆ ଆଗମନୀ ନୁପୁରର ଧ୍ୱନି
କାଶତଣ୍ଡି କହେ ଝୁଲି
ପାର୍ବଣର ଶୁଭଶଙ୍ଖ ଶୁଭିଲାଣି
ତମେ….ଆସିବ ଅପେକ୍ଷା ଖାଲି..
-0-
ଦେଉଳ ସାହି , ଢ଼େଙ୍କାନାଳ , ଓଡ଼ିଶା
Related