Monday , October 18 2021
Breaking News
Home / ବିଶେଷ / ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ 

ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ 

ରଘୁନାଥପୁର,୧୭/୦୯/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଅଂଚଳରେ ଥିବା କଳକାରଖାନା , ଅଟୋ ଷ୍ଟାଣ୍ଡ ଓ ଶିଳ୍ପ ଭିତିକ ତାଲିମ କେନ୍ଦ୍ର ପକ୍ଷରୁ ବିଶ୍ୱକର୍ମା ଆନନ୍ଦ ଉଲାସର ସହିତ ପାଳିତ ହୋଇଛି । ନୂଆପଡ଼ାସ୍ଥିତ ଓମଫେଡ଼ ପ୍ଲାଂଟ ପରିସରରେ ପରିଚାଳକ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଙ୍କ ତତ୍ୱାବଧାନରେ କର୍ମଚାରୀଙ୍କ ପକ୍ଷରୁ ପୂଜା ପାଳନ କରାଯାଇଛି । ଦୁଗ୍ଧ ମହାସଂଘର ସଭାପତି ସରୋଜିନୀ ମିଶ୍ର ,ଜିଏମ ଡ଼ ବିଦ୍ୟାଧର ସାହୁ ପୂଜା ମଣ୍ଡପରେ ପହଂଚି ପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ । ଏମାନଙ୍କ ସହ କେତେକ ମିଲ୍କ୍ ୟୁନିଅନ ସଭ୍ୟ ତଥା ଦୁଗ୍ଧ ସମବାୟ ସମିତିର ସମ୍ପାଦକମାନେ ଉପସ୍ଥିତ ଥିଲେ । ସେହିପରି ରଘୁନାଥପୁର ଅଟୋଚାଳକ ସଂଘ , ଜଗନ୍ନାଥପୁର ବଜାର,  ଷ୍ଟେଟ ଆଇଟିସି ପରିସର , ଜଇପୁର ଛକ ଓ ବିଭିନ୍ନ କଳକାରଖାନାରେ ବିଶ୍ୱକର୍ମା ପାଳନ କରାଯାଇଛି । ସନ୍ଧ୍ୟାରେ ପୂଜା ମଣ୍ଡପ ଗୁଡ଼ିକରେ ଦେଖଣାହାରୀଙ୍କ ଭିଡ଼ ଜମିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *